କୋରନା କୁ ପ୍ରତିରୋଧ କରିବା ପାଇଁ ୧୦ ଦିନିଆ ସେପ୍ସିଆଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସ

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):କୋଭିଡ ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇଛି, ଦ୍ୱିତୀୟ ଲହର ଖେଳିଯାଇଥିବା ଦୃଷ୍ଟିକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜିପିଙ୍କ ଆହ୍ୱାନ କ୍ରମେ ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜିଠାରୁ କୋରନା କଟକଣା କଡ଼ାକଡ଼ି ନିମନ୍ତେ ୧୦ ଦିନିଆ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।କରୋନା କଟକଣାକୁ କଡ଼ାକଡ଼ି ଯାଞ୍ଚ ନିମନ୍ତେ ବ୍ରହ୍ମପୁର ପୋଲିସ ପକ୍ଷରୁ ସହର ବାସୀଙ୍କୁ ସଚେତନତା କରାଯାଇଛି । କୋରନା ଟୀକା ଆସିଯାଇଥିଲେ ସୁଦ୍ଧା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ହେଲେ ମାସ୍କ, ସାମାଜିକ ଦୂରତା ମାନିବାକୁ ପଡ଼ିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସହର ର ପୁରୁଣା ବସଷ୍ଟାଣ୍ଡ,ଟାଟା ବେଂଜ଼ ଛକ ଭଳି ପ୍ରମୁଖ ଛକ ମାନଙ୍କରେ ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କରିବା ସହ ହେଲମେଟ ବ୍ୟବହାର ଲାଗି ସଚେତନା କରାଯାଇଥିଲା । ପୋଲିସ ପକ୍ଷରୁ ଡାକ ବାଜି ଜନ୍ତ୍ରରେ ଲୋକମାନଙ୍କୁ କୋରନା କଟକଣା ପାଳନ କରିବା ପାଇଁ ଅନୁରଧ କରାଯିବା ସହ ଅମାନିଆଙ୍କ ଠାରୁ ଆଦାୟ କରାଯାଇଥିଲା ଜୋରିମାନା । ଯେଉଁମାନେ ବିନା ମାସ୍କରେ ଯାତାୟତ କରୁଛନ୍ତି ସେମାନଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ ମଧ୍ୟ କରାଯାଇଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା କଟକଣା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ତେବେ ଆଜି ପୁଣି ବ୍ରହ୍ମପୁର ପୋଲିସ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ କୋରନା କଟକଣା ପାଳନ କରିବା ନିମନ୍ତେ ମଧ୍ୟ ସହରବାସୀଙ୍କୁ ଅବଗତ କରାଯାଉଛି । ବାରମ୍ବାର ସଚେତନତା କରିବା ପରେ ମଧ୍ୟ ଅମାନିଆ ମାନେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନ ରଖିବା ଫଳରେ ଜୋରିମାନା ଆଦାୟ କରାଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ ପି ପିନାକ୍ ମିଶ୍ର । ଆଜି ସହରର ପ୍ରମୁଖ ଛକ ଗୁଡିକରେ ମାସ୍କ ଯାଞ୍ଚ ହୋଇଥିବା ବେଳେ ଏଯାବତ ପ୍ରାୟ ୪୫ ରୁ ଅଧିକ ଲୋକେ ମାସ୍କ ବ୍ୟବହାର କରିନଥିବା ଯୋଗୁ ୧୦ ହଜାର ଜୋରିମାନା ଭରିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଇନ ଉଲଂଘନ ଏବଂ ହେଲମେଟ ପରିଧାନ କରିନଥିବା ଅଭିଯୋଗରେ ଏକ ଲକ୍ଷ ୪୫ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ମାକ୍ସ ପରିଧାନ କରିନଥିବା ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଆଦାୟ ହୋଇଥିଲା ଏବଂ ୧୫ ଗୋଟି ଲାଇସେନ୍ସ ରଦ୍ଧ ପାଇଁ ସୁପାରିଶ ହୋଇଥିବା ସୂଚନା ଦେଲେ ଟ୍ରାଫିକ ଥାନା ଅଧିକାରୀ ସୁନିଲ କୁମାର ବେହେରା । ଅନେକ ବ୍ୟକ୍ତି ହେଲମେଟ ପିନ୍ଧି ଗାଡ଼ି ଚଳାଉଥିଲେ ସୁଦ୍ଧା ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଜୋରିମାନା ଦେବା ବଦଳରେ ଅନେକ ପୋଲିସ ସହ ଯୁକ୍ତ କରୁଥିବା ଦେଖିବାକୁ ମିଳିଛି । ଏହା ସତ୍ୱେ ମଧ୍ୟ ଯେଉଁମାନେ ବିନା ମାସ୍କରେ ଯାତାୟତ କରିଥିଲେ ସେମାନଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଛି । ଏହାଛଡ଼ା ପ୍ରତ୍ୟେକ ବ୍ୟକ୍ତି ଘରୁ ବାହାରିଲେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ବୋଲି ପୋଲିସ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ହେଲମେଟ ଓ ମାକ୍ସ ପରିଧାନ ସହ ମୋଟର ସାଇକେଲରେ ତିନିଜଣ ଜାତୟତକୁ ବାରଣ ଲାଗି ପୋଲିସ ପକ୍ଷରୁ ଗାଡି ଚାଳକଙ୍କୁ ପରାମର୍ଶ ଦିଆଯାଉଛି ।
ଆଜିର ଆୟୋଜିତ ସଚେତନତା କାଯ୍ୟକ୍ରମରେ ଟ୍ରାଫିକ ଥାନା ,ବୈଦନାଥପୁର ଥାନା ,ବଡ଼ବଜାର ଥାନା, ଟାଉନ୍ ଥାନା ପକ୍ଷରୁ ସହର ବାସୀଙ୍କୁ ସଚେତନତା କରାଯାଇଛି । ସଚେତନତା ବେଳେ ଅତିରିକ୍ତ ଏସ୍ ପି ପ୍ରଭାତ ରାଉତରାୟ ,ଟାଉନ୍ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି,ଟ୍ରାଫିକ ଡ଼ିଏସପି ବିମଳକାନ୍ତ ନାୟକ ,ଆଇଆଇସି ସୁନିଲ କୁମାର ବେହେରା ,ବଡ଼ବଜାର ଆଇଆଇସି ପ୍ରଶାନ୍ତ କୁମାର ଭୂପତି , ଟାଉନ୍ ଆଇଆଇସି ସୁରେଶ କୁମାର ତ୍ରିପାଠୀ ବୈଦନାଥପୁର ଥାନା ଏସ୍ ଆଇ ବିଭୁତି ଭୂଷଣ ସେଠିଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ସଚେତନତା କରୁଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here