ଭଞ୍ଜ ବିହାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

0
10

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ଭଞ୍ଜବିହାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜ ବିହାର ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ନୟନତାରା ସୁଣ୍ଡୀଙ୍କ ଅଧ୍ୟକ୍ଷତାରେ ଏବଂ ଡାକ୍ତର କୃଷ୍ଣଶରଣ ପାଳଙ୍କ ଉପସ୍ଥିତିରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ। ଡ଼ାକ୍ତର ସୁଣ୍ଡୀ ଏହି ଦିବସର ମହତ୍ତ୍ଵ ବିଷୟରେ ଉପସ୍ଥିତ ଲୋକଙ୍କୁ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ଡ଼ାକ୍ତର ପାଳ ଉତ୍ତମସ୍ୱାସ୍ଥ୍ୟ ପାଇଁ କଣ କଣ କରିବା ସେ ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ସମସ୍ତ ସରକାରୀ ସ୍ବାସ୍ଥ୍ୟସେବା ବିଷୟରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ସଂପ୍ରତି ଚାଲିଥିବା କୋରନା ମହାମାରୀ କୁ ମୁକାବିଲା କରିବାକୁ ଟୀକା ନେବା ନିତାନ୍ତ ଆବଶ୍ୟକ ବୋଲି ମଧ୍ୟ କହିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅଣ ସଂକ୍ରାମକ ରୋଗ ନିଦାନ ସ୍ୱରୂପ ରକ୍ତଚାପ ତଥା ରକ୍ତ ସର୍କରା ପରୀକ୍ଷା କରାଗଲା। ସ୍ବାସ୍ଥ୍ୟ କର୍ମୀ ସୁବାଷ ଚନ୍ଦ୍ର ନାୟକ, ଫାର୍ମାସିଷ୍ଟ ଇ. କୈଳାଶ ପାତ୍ର,କଳ୍ପନା ମିିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here