ଜାତୀୟସ୍ତର ପିନାକ ସିଲେଟ୍ ଚାମ୍ପିଅନ୍‌ସିପ୍ ଖେଳରେ ବ୍ରୋଞ୍ଜ ପଦକ ହାସଲ କଲେ ବ୍ରହ୍ମପୁର ଦୁଇ କ୍ରୀଡାବିତ୍

0
12

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍ ): ଜାମ୍ମୁକାଶ୍ମୀରର ଶ୍ରୀନଗର ଠାରେ ମାର୍ଚ୍ଚ ୨୭ ତାରିଖରୁ ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିଲା ଜାତୀୟ ପିନାକ ସିଲେଟ୍ ଚାମ୍ପିଅନ୍‌ସିପ୍ । ଏଥିରେ ବ୍ରହ୍ମପୁରରୁ ୬ ଜଣ ଖେଳାଳି ଭାଗ ନେଇଥିବା ବେଳେ ୨ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେଣୁ ଆଜି ଏମ୍.କେ.ସି.ଜି ଖେଳ ପଡ଼ିଆ ଠାରେ ପିନାକ ସିଲେଟ ସଂଘ ସଭାପତି ରବି କୁମାର ସାହୁ , ସମ୍ପାଦକ ବିପିନ ନାୟକ , ଓଡ଼ିଶା ସଂଯୋଜକ ସ୍ନେହୀଶୁ ବିଷୋୟୀ , ଟିମ୍ ମ୍ୟାନେଜର ପ୍ରଦୀପ ବେହେରା ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏଥିରେ ସିନିୟର ବିଭାଗର ଶ୍ରୀଧର ସାହୁ , ଜୁନିୟର ବିଭାଗ ର ସନ୍ତୋଷ ବେହେରା , ସୁରଜ ମହାରଣା , ବିଠଲ ମିଶ୍ର , ଆୟୁତ ମହାରଣା ଓ ଶିବପ୍ରସାଦ ସାହୁ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସନ୍ତୋଷ ବେହେରା ଓ ବିଠଲ ମିଶ୍ର ନିଜ ନିଜ ଇଭେଣ୍ଟରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ଲାଭ କରିଛନ୍ତି । ସେହିପରି ଶ୍ରୀ ଧର ସାହୁ ଗଞ୍ଜାମ ପିନାକ୍ ସିଲଟ ସଂଘର ଟ୍ରେଜର ର ୧ମ ଜାତୀୟ କୋଚ୍ ଭାବେ ମନୋନୀତ ହୋଇ ମାନପାତ୍ର ପାଇଛନ୍ତି । ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ପ୍ରମାଣପତ୍ର ପାଇଛନ୍ତି । ସୂଚନା ଯୋଗ୍ୟ କି ବ୍ରହ୍ମପୁର ସହର ଶ୍ରୀଦ୍ଧାର୍ଥ ନଗର ଏବଂ ପାଣିଗ୍ରାହୀ ନଗର ସ୍ଥିତ ବ୍ରଜରାଜନଗର ଠାରେ ଏହି ଅନୁଷ୍ଠାନରେ ପାୟ ୩୦ରୁ ଉର୍ଦ୍ଧ୍ବ ପିଲା ପ୍ରଶିକ୍ଷଣ ନେଉଥିବା ସୂଚନା ଦେଇଛନ୍ତି କୋଚ୍ ବିପିନ ନାୟକ । ଦିନ କୁ ଚାରି ଘଣ୍ଟା ପରିଶ୍ରମ କରି ଚଳିତ ବର୍ଷ ଦୁଇଟି ବ୍ରୋଞ୍ଜ ପାଇଥିବା ବେଳେ ଆମ ଅନୁଷ୍ଠାନ ୨୦୧୯ ରେ ଗୋଟିଏ ସ୍ୱର୍ଣ୍ଣ ୪ଟି ବ୍ରୋଞ୍ଜ ଆପଣାଇଥିଲେ । ସମସ୍ତ କାଯ୍ୟରେ ରାଜଲକ୍ଷ୍ମୀ ପାତ୍ର ,ପ୍ରାଚୀ ପରିଚିତା ଜେନା ପ୍ରମୁଖ ସହଯୋଗ କରିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here