ସହର ବିଭିନ୍ନ ଚୋରି ଡକାୟତି ମାମଲାରେ ୩ଗିରିଫ

0
20

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ଼ ସଫଳତା । ସହରର ବିଭିନ୍ନ ପୋଲିସ ଥାନାରେ ବିଭିନ୍ନ ଦୋକାନ,ବଜାରରେ ଚୋରି ଡକାୟତି ମାମଲାରେ ଆଜି ପୋଲିସ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଗୋଶାଣିନୁଆଗାଁ ଥାନା,ଟାଉନଥାନା,ବଡ ବଜାର ଥାନା ମିଳିତରେ ଏକ ସ୍ଵତନ୍ତ୍ର ଅପରେସନରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ବଜାର ଥାନା ଅଞ୍ଚଳ ପୂର୍ଣ୍ଣାବାସି କଲୋନୀ ର ଏସ୍ .କେ. ଆସିଫ୍, ଗୋଶାଣିନୁଆ ଗାଁ ଥାନା ଅଞ୍ଚଳ ହାଉସିଂ ବୋର୍ଡ କଲୋନୀର ଜି. ସନ୍ତୋଷ କୁମାର ଏବଂ ମୀନାକ୍ଷୀ ନାଗରର ବାବୁଲା ନାୟକ ବୋଲି ଅତିରିକ୍ତ ଏସ୍ ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨.୦୮ ଲକ୍ଷ ଟଙ୍କା, ଗୋଟିଏ ଆପଲ୍ ଆଇ-ଫୋନ୍, ଗୋଟିଏ ଲେନୋଭୋ ଲାପଟପ୍, ଚୋରି କରିବା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି । ଏମାନେ ଫାୟାର ଷ୍ଟେସନ ରୋଡ଼ ଇଲୋଟ୍ରିକ୍ ଦୋକାନ ରୁ ,ଓ ଗିରିରୋଡର ସିମେଣ୍ଟ ଦୋକାନରୁ ଏବଂ ଗୋଇଲୁଣ୍ଡିର ମୋବାଇଲ୍ ଫୋନ୍ ଦୋକାନ ଆଦି ରୁ ଚୋରି କହିଥିଲେ । ଅଭିଯୁକ୍ତ ମାନଙ୍କ ବିରୋଧରେ ପୂର୍ବରୁ ଆଉ ୬ ଗୋଟି ମାମଲା ରହିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here