କରୋନା କଟକଣା ମଧ୍ୟରେ ମା ବାପ ଘରକୁ ଆସିବେ:କମିଶନର

0
11

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଏପ୍ରିଲ ୯ ତାରିଖ ବିଳମ୍ବିତ ରାତ୍ରରେ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ଦେଶୀ ବେହେରା ସାହିଠାରେ ମାଁଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ଜିଲ୍ଲା ପ୍ରଶାସନର ସହଯୋଗରେ ଚଳିତ ବର୍ଷ କରେନା କଟକଣା ଯୋଗୁଁ ୭ଦିନ ପାଇଁ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଏହି ଯାତ୍ରାର ସୁପରିଚାଳନା ନେଇ ମହାନଗର ନିଗମ କମିଶନର। ସିଦ୍ଧେଶ୍ୱରବଳିରାମ ବୋନ୍ଦାର , ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାସନ ଓ ବିଧାୟକ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ଯାତ୍ରା ପରିଚାଳକ ପି.ଦୁର୍ଗା ପ୍ରସାଦ ଦେଶୀ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୈଠକ ଆୟୋଜିତ ହେବାପରେ ଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ବର୍ତ୍ତମାନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣାକୁ ଗୁରୁତ୍ବ ଦିଆଯାଇଛି । ତେଣୁ ପୁନର୍ବାର ବୁଧବାର ମହାନଗର ନିଗମ କମିଶନର ଦର ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ଡେପୁଟି କମିଶନର ରୋମାଞ୍ଚଳ ଖମାରୀ, ବ୍ରହ୍ମପୁର ତହସିଲଦାର ସିପକ କୁମାର ପାତ୍ର,ଟାଉନ୍ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ,ଜନସ୍ଵାସ୍ଥ୍ୟ ନିର୍ବାହି ଯନ୍ତ୍ରୀ ଇଂ ଦେବ ସୁନ୍ଦର ମହାପାତ୍ର,ଜନସ୍ବାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୀତାରାମ ପଣ୍ଡା, ବିଏମ୍‌ସି ଏନଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତ, ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ଦେବୋତ୍ତର ନିରୀକ୍ଷକ ହେମନ୍ତ କୁମାର ଦାସ, ଆୟୋଜକ ପି. ଦୁର୍ଗା ପ୍ରସାଦ ଦେଶୀବେହେରା, କମିଟି ସଦସ୍ୟ କେ. ଦୁର୍ଗା ରାଓ, ବଦ୍ରୀନାରାୟଣ ନାୟକ ସମେତ ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ବିଭାଗର ଅଧିକାରୀମାଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଆୟୋଜନ କରାଯାଇ କିଭଳି କରୋନା କଟକଣା ମଧ୍ୟରେ ନିଜ ମନ୍ଦିରରୁ ଦେଶି ବେହେରା ସାହିସ୍ଥିତ ଅସ୍ଥାୟୀ ମନ୍ଦିର ତଥା ବାପ ଘରକୁ ଆସିବେ ସେଥିନେଇ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା । ଏଠାରେ ପାନୀୟ ଜଳ ବ୍ୟବସ୍ଥା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା । କୋରନାକୁ ଦୃଷ୍ଟିରେ ରଖି କଡ଼ାସୁରକ୍ଷା ସହ ଭକ୍ତଙ୍କ ସମାଗମକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here