ବିଦ୍ୟାର୍ଥୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନ୍ ଲାଇନ୍ ପରୀକ୍ଷା କରିବାକୁ ଛାତ୍ର କଂଗ୍ରେସର ଦାବି

0
18

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ସମଗ୍ର ବିଶ୍ୱରେ କୋରନା ମହାମାରୀ ଭୂତାଣୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ଦୀର୍ଘ ୯ ମାସରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିବା ବେଳେ, ଛାତ୍ରଛାତ୍ରୀମାନେ ସମ୍ପୂର୍ଣ ରୂପେ ନୂତନ ପାଠ୍ୟକ୍ରମ ଅନଲାଇନ୍ ମାଧ୍ୟମରେ ପଢୁଥିଲେ । ବିଗତ କିଛି ମାସ ହେଲା କୋରନା ମହାମାରୀ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା ହେଁ ସମ୍ପ୍ରତି କିଛିଦିନ ହେଲା ସମଗ୍ର ଭାରତ ବର୍ଷରେ ଏବଂ ଓଡ଼ିଶାରେ କୋରନା ମହାମାରୀର ଦ୍ଵିତୀୟ ଲହରୀ ବ୍ୟାପିଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆବଶ୍ୟକ ସ୍ଥଳେ ଶିକ୍ଷାନଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଧେଶ ଜାରି ହୋଇଛି । ଓଡିଶାରେ ଏହାର ଭୟାବହ ପରିସ୍ଥିତି ପାଇଁ କିଛି ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଶ୍ଵବଦ୍ୟାଳୟ ମାନଙ୍କରେ ଅଫ୍ ଲାଇନ ପରୀକ୍ଷା କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିକୁ ବିରୋଧ କରି ଗତ ୩୦ ତାରିଖରେ ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟର ସ୍କୁଲର ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ । ସେହିପରି ଆଙ୍କଶପୁର ଆଇଟିଆଇ ସମେତ ଗଞ୍ଜାମ ଜିଲ୍ଲାର କେତେକ ଜାଗାରେ ଅନଲାଇନ୍ ମାଧ୍ୟମରେ ପରୀକ୍ଷା କରିବାକୁ ଦାବି କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ଅନଲାଇନ୍ ପରୀକ୍ଷା କରିବାକୁ ଛାତ୍ର କଂଗ୍ରସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି । ସେହିଭଳି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ଉପରେ ହୋଇଥିବା ପୋଲିସର ଅମାନୁଷିକ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି ହୋଇଛି । ଏହାକୁ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ନିନ୍ଦା କରି ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଛାତ୍ର ନେତା ବିକାଶପଶୁପାଳକ ଏଠାରେ କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଛାତ୍ରନେତା ଦେବାଶିଷ ମହାନ୍ତି ,ପ୍ରମୋଦ ପଣ୍ଡା, ମୋନଜ କୁମାର ଦୋରା ,ସତ୍ୟ ନାରାୟଣ ନାୟକ,ଗଗନ ପାଣିଗ୍ରାହୀ, ସୁପ୍ରଭା କୁମାରୀ ଦାସ ,ସଂଗ୍ରାମ ଜେନା ,ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here