ବିଭିନ୍ନ ଦାବି ନେଇ ସାଉଥ କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସାଉଥ କୋ ଉପଭୋକ୍ତା ମଂଚ ପକ୍ଷରୁ ବିକ୍ଷୋଭ

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍ ): ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଟାଟା କମ୍ପାନୀ ବିଦ୍ୟୁତ ବିତରଣ କାର୍ଯ୍ୟ ହାତକୁ ନେଇଛି । ଆଜି ବିଭିନ୍ନ ଦାବି ନେଇ ସାଉଥ କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସାଉଥ କୋ ଉପଭୋକ୍ତା ମଂଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଦ୍ୟୁତ ବଣ୍ଟନରୁ ଘରୋଇ କମ୍ପାନୀ ହଟାଓ, ୩୦ ପଇସା ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଛାଡ କର ଓ ବିଦ୍ୟୁତ ସେବାକୁ ସରକାରୀ ନିୟନ୍ତ୍ରଣରେ ରଖିବା ଦାବି କରିଛି ସଂଘ । ଆଜି ମଞ୍ଚ ପକ୍ଷରୁ ଶତାଧିକ ଉପଭୋକ୍ତା ସାଉଥ କୋ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ଅଳି କିଶୋର ପଟନାୟକ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ରାଜା ସୁରେଶ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ,ବାବୁଲା ନାୟକ, ପଞ୍ଚାନନ ଜେନା ପ୍ରମୁଖ ଉପସ୍ଥିତ ରହି ଟାଟା କମ୍ପାନୀ ର ଖାଉଟି ମାରଣ ନୀତି, ରାଜ୍ୟ ସରକାର ଙ୍କ ଭୁଲ ନିଷ୍ପତ୍ତି କୁ ବିରୋଧ କରିଥିଲେ l ଆଗାମୀ ଦିନରେ ଯଦି ବିଜୁଳି ଭଡା ବୃଦ୍ଧି ପ୍ରତ୍ୟାହାର ନହେଲେ ଅଗାମୀ ୨୩ ତାରିଖ ଦିନ ରାଜ୍ୟ ବ୍ୟାପି ସତ୍ୟାଗ୍ରହ ଆନ୍ଦୋଳନ କରାଜୀବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here