ଓଡ଼ିଶାରେ ଗୋ ହତ୍ୟା, ଗୋ ଚାଲାଣ କୁ ବିରୋଧ କରି ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ

0
10

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଓଡ଼ିଶାରେ ଗୋ ହତ୍ୟା, ଗୋ ଚାଲାଣ କୁ ବିରୋଧ କରି ବଜରଙ୍ଗ ଦଳ ପକ୍ଷରୁଏକ ୬ ଗୋଟି ଦାବି ସମ୍ପର୍ଣ୍ଣ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଥିଲା l ଓଡିଶାରେ ଗୋ-ମାଫିଆ ମାନେ ଅତ୍ୟନ୍ତ ସକ୍ରିୟ ହୋଇ ବେ-ଧଡକ, ଗୋ ହତ୍ୟା ସହ ଗୋ ତସ୍କରୀ ଚଳାଇଛନ୍ତି । ହିନ୍ଦୁ ମାନଙ୍କ ଆରାଧ୍ୟ ଗୋବଂଶ କୁ ପ୍ରତିଦିନ ଶହ ଶହ ଅବୈଧ ଭାବେ ଟ୍ରକ,କଣ୍ଟନର, ରେ ବାଙ୍ଗଲାଦେଶ ସହ ଅନ୍ୟ ଦେଶକୁ କୁ ପଠାଯାଉଛି । ଏହା କୁ ବିରୋଧ କଲେ ସଂଘର୍ଷ କରୁଥିବା ଗୋରକ୍ଷକ ମାନଙ୍କୁ ହତ୍ୟା ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛି ଦଳ । ତୁରନ୍ତ ରାଜ୍ୟ ସରକାର ଗୋହତ୍ୟା ବନ୍ଦ ପାଇଁ ଦୃଢ ଆଇନ୍ ପାରିତ, ଜିଲ୍ଲାରେ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ, ଗୋରକ୍ଷକ ଙ୍କ ନାମରେ ଥିବା ମିଥ୍ୟା କେସ୍ କୁ ରଦ୍ଦ ସହ ଗୋତସ୍କର ଏନଏସଏ ଆଇନ ବଳ ରେ ଦଣ୍ଡିତ ଭଳି ଗୋ ସୁରକ୍ଷା ନିମନ୍ତେ ୬ ଗୋଟି ଦାବି ଉପସ୍ଥାପନ କରିଥିଲେ । ଆଜିର ଆୟୋଜିତ କାର୍ଯ୍ୟକ୍ରମ ରେ ଏନ୍ ବାଲ କୃଷ୍ଣ ରେଡି, ଲଲିତ ମୋହନ ସେଠି, ଗୌତମ୍ ମହାରଣା, ଅରୁଣ ପ୍ରସାଦ ପାଢି, ଧର୍ଯ୍ୟଧର ସ୍ଵାଇଁ ସମେତ ବଜରଙ୍ଗ ଦଳର ବହୁ କର୍ମୀ ଉପସ୍ଥିତ ରହିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here