ବେଳାଭୂମିରେ ବ୍ୟାରିକେଡିଂକୁ ନେଇ ମତ୍ସ୍ୟଜୀବୀ ଅସୁନ୍ତୁଷ୍ଟ ।

0
16

ଗୋପାଳପୁର, (ମହାରାଣୀ ନ୍ୟୁଜ୍): ଗୋପାଳପୁର ବେଳାଭୂମିରେ ହୋଟଲ ମେ ଫେୟାର ପାମ୍ ରିସୋର୍ଟ ସମୁଦ୍ରକୂଳରେ ସ୍ଥାନୀୟ ଏନ୍ଏସି ପକ୍ଷରୁ ସମୁଦ୍ର କୂଳରେ ଯାତାୟାତରେ ପ୍ରତିବନ୍ଧକ ଲଗାଇବା ପାଇଁ କରାଯାଇଥିବା ବେରିକେଡିଂକୁ ନେଇ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗୋପାଳପୁର ବାସୀଙ୍କୁ କୈାଣସି ସୂଚନା ପ୍ରଦାନ କିମ୍ବା କୈାଣସି ମତାମତ ନ ନିଆଯାଇ ଏନ୍ଏସି ପକ୍ଷରୁ ଏପରି ବେରିକେଡିଂ ନିର୍ମାଣ କରାଯିବାକୁ ଅଞ୍ଚଳ ବାସୀ ନାପସନ୍ଦ କରିବା ସହ ଏନ୍ଏସି ର ଏପରି ମନମୁଖୀ ନୀତି କୁ ଅସନ୍ତୋଷ କରାଯାଇଥିବା ଜଣାଯାଇଛି। ଅନ୍ୟ ପଟେ ଏହା ନେଇ ଏନ୍ଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ବେଳାଭୂମିରେ ଏହି ବେରିକେଡିଂ ନିର୍ମାଣ କରାଯାଇଛି।ଅନେକ ସମୟରେ କିଛି ଅସାମଜିକ ଯୁବକ ବେଳାଭୂମି ଅଞ୍ଚଳର ନିଛାଟିଆ ଅଞ୍ଚଳରେ ଆସାମଜିକ କାର୍ଯ୍ୟକଳାପ କରୁଥିବା ଯୋଗୁଁ ଏହି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏପରି ବେରିକେଡିଂ ନିର୍ମାଣ କରାଯାଇଥିବା ସୂଚନା ଦିଆଯାଇଛି। ଗୋପାଳପୁର ସମେତ ନୂଆ ବକ୍ସିପଲ୍ଲି,ବକ୍ସିପଲ୍ଲି ,ଗୋଳବନ୍ଧ,ନୂଆଗୋଳବନ୍ଧ,ମାର୍କଣ୍ଡି ଆଦି ଅଞ୍ଚଳର ମତ୍ସ୍ୟଜୀବୀ ମାନେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରିବା ସହ ମାଛ ଆଣି ବିକ୍ରି କରିବା ଜାଳେଣି କାଠ ସଂଗ୍ରହ ସହ ସମ୍ପର୍କୀୟଙ୍କ ଘରକୁ ଯାତାୟାତ ନିମନ୍ତେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ତେବେ ଏହିଭଳି ପ୍ରତିବନ୍ଧକ ବ୍ୟାରିକେଡିଂକୁ ଯୋଗୁଁ ସେମାନଙ୍କର ଯାତାୟାତରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here