ନିଆଁ ଆୟତ୍ତ କଲେ ଅଗ୍ନିଶମ ବାହିନୀ     

0
10

ବ୍ରହ୍ମପୁର, ୯/୪/୨୧/(ମହାରାଣୀ ନ୍ୟୁଜ୍): ଏକ ନିଶ୍ଚିତ ଦୁର୍ଘଟଣା ରୁ ଅଳ୍ପେ ବର୍ତି ଛନ୍ତି ୫ମ ଛାତ୍ରାବାସ ର ଛାତ୍ରମାନେ । ବିଶ୍ଵବିଦ୍ୟାଳୟ ପରିସରରେ ଥିବା ବିମାନ ବନ୍ଦର ପଡିଆରେ ହଟାତ୍ ଏକ ମାସ ହେଲା ସେନା ବାହିନୀ ନିଯୁକ୍ତି ମେଳା ଚାଲିଥିଲା । ପିଲା ମାନେ ଖାଇବା ପାଇଁ କାଗଜ, ପଲିଥିନ୍, ପାଣି ବଟଲ ,ଆଦି ବ୍ୟବହାର କରିଥିବା ଜିନିଷ ଗୁଡ଼ିକ ଏଣେ ତେଣେ ପକାଇ ଥିଲେ। ନିଯୁକ୍ତି ମେଳା ୬ତାରିଖରେ ସାରିବା ପରେ ଗୋପାଳପୁର ଆର୍ମି ଏଡି କଲେଜ ପକ୍ଷରୁ ବ୍ରହ୍ମପୁର ମୁନିଶିପାଲ୍ଟି କୁ ସଫା ସୁତାର ପାଇଁ କୁହାଯାଇଥିଲା। ଆଜି ଅପରାହ୍ନରେ ଅଳିଆ ଆବର୍ଜ୍ଜନା ଗୁଡ଼ିକ ଏକାଠି କରି ନିଆଁ ଲଗାଇ ଦେଇ ଚାଲି ଯାଇଥିଲେ । ଯାହା ଫଳରେ ପବନ ଯୋଗୁଁ ନିଆଁ ଖେଳାଇ ଯାଇ ୫ମ ଛାତ୍ରାବାସ ଆଡେ ଆସୁଥିବା ବେଳେ କିଛି ଛାତ୍ର ନିଆଁ କୁ ଦେଖି ସିକ୍ୟୁରିଟି ଗାର୍ଡଙ୍କୁ ଜଣାଇଥିଲେ।  ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ ନ ହେବାରୁ ବ୍ରହ୍ମପୁର ଅଗ୍ନିଶମ ବାହିନୀକୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଜଣାଇଥିଲେ । ଉକ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here