କୋରନାକୁ ପ୍ରତିରୋଧ କରିବା ପାଇଁ ୧୦ ଦିନିଆ ସ୍ପେସିଆଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସ

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): କୋଭିଡ ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇଛି, ଦ୍ୱିତୀୟ ଲହର ଖେଳିଯାଇଥିବା ଦୃଷ୍ଟିକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜିପିଙ୍କ ଆହ୍ୱାନକ୍ରମେ ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜିଠାରୁ କୋରନା କଟକଣା କଡ଼ାକଡ଼ି ନିମନ୍ତେ ୧୦ ଦିନିଆ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କରୋନା କଟକଣାକୁ କଡ଼ାକଡ଼ି ଯାଞ୍ଚ ନିମନ୍ତେ ବ୍ରହ୍ମପୁର ପୋଲିସ ପକ୍ଷରୁ ସହର ବାସୀଙ୍କୁ ସଚେତନତା କରାଯାଇଥିବା ବେଳେ ଆଜି ଗୋପାଳପୁର ଥାନା ପକ୍ଷରୁ ଦୋକାନୀ ମାନଙ୍କୁ ଏବଂ ଗାଡ଼ି ଚାଳକ ମାନଙ୍କୁ ମାସ୍କ ବ୍ୟବହାର କରିବା ସହ ସମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । କୋରନା ଟୀକା ଆସିଯାଇଥିଲେ ସୁଦ୍ଧା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ହେଲେ ମାସ୍କ, ସାମାଜିକ ଦୂରତା ମାନିବାକୁ ପଡ଼ିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ଗୋପାଳପୁର ପୋଲିସ ପକ୍ଷରୁ ଆଜି ମାସ୍କ ପିନ୍ଧିବା, ସାନିଟାଇଜ୍ କରିବା ,ସାମାଜିକ ଦୂରତା ପାଳନ କରିବା ଉପରେ ସଚେତନତା କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here