ପଢ଼ିବା ପାଇଁ ଆସି ମୋବାଇଲ ଖେଳରେ ମାତୁଛନ୍ତି ଛାତ୍ରଛାତ୍ରୀ

0
8

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ସହର ସମେତ ଏହାର ଆଖପାଖର ଅଞ୍ଚଳର ଛାତ୍ରଛାତ୍ରୀ ପଢିବା ପାଇଁ ଆସୁଛନ୍ତି । ପ୍ରାୟ ୨୦୦୦ରୁ ଊଦ୍ଧ ଛାତ୍ରଛାତ୍ରୀ ପଢ଼ିବା ପାଇଁ ଆସୁଥିବା ବେଳେ ପ୍ରାୟ କେତେ ଛାତ୍ରଛାତ୍ରୀମାନେ କ୍ଲାସ ନ ଯାଇକି ଗୋପାଳପୁର ସମୁଦ୍ର କୂଳ ସମେତ ପାର୍କ , କଲେଜ ପଡ଼ିଆ , ମିନି ଷ୍ଟାଡିୟମରେ ବସିକି ଆଡ୍ଡା ଜମାଇ ମୋବାଇଲ ଖେଳରେ ମାତୁଥିବା ଦେଇଖିବାକୁ ମିଳିଛି । କ୍ଲାସ ସମୟ ସକାଳ ୧୦ ଘଣ୍ଟାରେ ‌ ଥିବା ବେଳେ କେତେ ଛାତ୍ର ୧ ଘଣ୍ଟା ଆଗରୁ ଆସି କଲେଜ ପଡ଼ିଆରେ ଆଡ୍ଡା ଜମାଇ ଦିଅନ୍ତି । ଅନ୍ୟପଟେ କେତେ ଛାତ୍ରଛାତ୍ରୀ କ୍ଲାସ ସାରିବା ପରେ ମଧ୍ୟ ଘରକୁ ନଯାଇକି ମୋବାଇଲ ଖେଳରେ ମାତୁଛନ୍ତି । ତେବେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ଦେଶରେ ଭୟଙ୍କର ହେଉଥିବା ବେଳେ ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି । ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ପରେ କଟକଣା ଜାରି କରୁଥିବା ବେଳେ କରୋନା ମୁକାବିଲା ନେଇ ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରଶାସନ ଦିନରାତି ଏକ କରିଛି । କିନ୍ତୁ ବିଶ୍ୱବିଦ୍ୟାଳୟକୁ ଆସୁଥିବା କିଛି ଛାତ୍ରଛାତ୍ରୀ ବିନା ମାସ୍କରେ କଲେଜ ପଡ଼ିଆରେ ଆଡ୍ଡା ଜମାଇ ମୋବାଇଲ ଖେଳରେ ମାତୁଥିବା ଦେଖିବାକୁ ମିଳିଛି । ତେବେ ମହମାରୀ କରୋନାର ଦ୍ବିତୀୟ ଲହରୀ କିଛି ଦିନ ହେବ ଗଞ୍ଜାମ ସମେତ ବ୍ରହ୍ମପୁର ସହର ଆଖ ପାଖରେ ଅଞ୍ଚଳ ରୁ ୩୬ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଶୁକ୍ରବାର ଠାରୁ କଡ଼ାକଡ଼ି ଯାଞ୍ଚ
ସହରର ପ୍ରମୁଖ ଛକ ମାନଙ୍କରେ ହେଉଥିବା ବେଳେ ବିଶ୍ୱ ବିଦ୍ୟାଳୟ ର କିଛି ବିଭାଗ ରେ କ୍ଲାସ ହେଉ ନଥିବା ଯୋଗୁଁ ଛାତ୍ରଛାତ୍ରୀ ମୋବାଇଲ ଖେଳକୁ ଆପଣାଉ ଥିବା ଶୁଣିବାକୁ ମିଳିଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here