ନିରାଶ ହୋଇ ଫେରିଲେ ପର୍ଯ୍ୟଟକ ,ଦୁଇ ଦିନ ବେଳାଭୂମି ବାରଣ ସହ ଜୋରିମାନା ଆଦାୟ

0
13

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଜିଲ୍ଲାରେ କରୋନାର ପ୍ରକୋପ ବୃଦ୍ଧି ହେଉଥିବାରୁ ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେ ଟୁଇଟ୍ ଯୋଗେ ବେଳାଭୂମି କୁ ଶନିବାର ଓ ରବିବାର ଦୁଇ ଦିନ ବାରଣ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମି ବନ୍ଦ ରହିବ । କରୋନାର ସଂକ୍ରମଣ କୁ ରୋକିବା ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ତେବେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ  ଶନିବାର ସକାଳ ୧୦ ଟା ଠାରୁ  ସ୍ଥାନୀୟ ଗୋପାଳପୁର କଲେଜ ଛକ ଠାରେ ମାସ୍କ ଯାଞ୍ଚ କଡାକଡି କରାଯିବା ସହ ପର୍ଯ୍ୟଟକଙ୍କୁ ବେଳାଭୁମି କୁ ବାରଣ କରାଯାଇଛି । ସେହିପରି ସନ୍ଧ୍ୟାରେ ବହୁ ସଂଖ୍ୟକ ପର୍ଯ୍ୟଟକ ବେଳା ଭୂମି ମୁହା ହୋଇଥିବା ବେଳେ କଲେଜ ଛକ ଠାରୁ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ସ୍ତାନୀୟ ଲୋକଙ୍କ ଆଧାର କାର୍ଡ ସମେତ ଯେକୌଣସି ପରିଚୟ ପତ୍ର ଯାଞ୍ଚ କରି ଛଡ଼ା ଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ମାସ୍କ ପିନ୍ଧି ନ ଥିବା ଅମାନିଆ ଙ୍କ ଠାରୁ ମଧ୍ୟ ୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଯାଞ୍ଚ ବେଳେ ଏସଆଇ ଜୟ ଚନ୍ଦ୍ର ମଲ୍ଲିକ, ଏସ ଆଇ ମହେନ୍ଦ୍ର କୁମାର ବେହେରା, ହାବିଲଦାର ଅଜୟ କୁମାର ଶତପଥୀ, ଅନିସ୍ ଖାନ୍, କେ.ମଧୁ, କେ. ବଡମୁଣ୍ଡି, ରମେଶ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ଗୋପାଳପୁର ବେଳାଭୂମି  ମଧ୍ୟ ଖାଁ ଖାଁ ଥିବା ଦେଖିବାକୁ ମିଳିଛି ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here