ସାନକୋଦଣ୍ଡା ପଞ୍ଚାୟତ ରେ “ମୋ ଗାଁରେ ତହସିଲ” କାଯ୍ୟକ୍ରମ

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଭଞ୍ଜନଗର ବ୍ଲକର ସାନକୋଦଣ୍ଡା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଭଞ୍ଜନଗର ଘୁମୁସର ତହସିଲ ପକ୍ଷରୁ “ମୋ ଗାଁରେ ତହସିଲ” କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତହସିଲଦାର ଆଲୋକ କୁମାର ପ୍ରଧାନ ଯୋଗ ଦେଇ କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ତହସିଲ ସେବା ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ପୂର୍ବକ ଏହି ସେବା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ଏହି କାଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ। କାଯ୍ୟକ୍ରମରେ ବାହାଡ଼ାପଦର ଆରଆଇ ସର୍କଲର ବିଭିନ୍ନ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯିବା ସହ ଅନ୍ୟାନ୍ୟ ତହସିଲ ସେବା ଯୋଗାଇ ଦିଆଯାଇଥିଲା। ଜନସାଧାରଣ ମଧ୍ୟ ହାତପାହାନ୍ତା ରେ ତହସିଲ ସେବା ପାଇଁ ଖୁସି ବ୍ୟକ୍ତ କରିଥିଲେ। ଏଥିରେ ସରପଞ୍ଚ ପ୍ରତିନିଧି ଭଞ୍ଜ ପ୍ରଧାନ,ସ୍ଥାନୀୟ ବାହାଡ଼ାପଦର ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ଜନସାଧାରଣ ଙ୍କୁ ଏହି ସେବା ଯୋଗାଇ ଦେଇଥିଲେ |

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here