୧୪୪ ଧାରା ଲାଗୁ ହୋଇ ସମ୍ପୂର୍ଣ୍ଣ ହେଲା ମା ବୁଢ଼ୀ ଠାକୁରାଣୀଙ୍କ ଘଟ ପରିକ୍ରମା

0
7

ବ୍ରହ୍ମପୁର, ୧୧/୦୪/୨୧/(ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ରବିବାର ମାଙ୍କ ଘଟ ପରିକ୍ରମା କରାଯାଇଥିଲା । କରୋନା କଟକଣା କୁ ଦୃଷ୍ଟିରେ ରଖି ଘଟ ପରିକ୍ରମା ସମୟରେ ୧୪୪ ଧାରା ଜାରି କରାଯାଇଥିଲା । ଫଳରେ ମାଙ୍କ ପରିକ୍ରମା ସମୟରେ ପାଦ ପୂଜା ରୁ ଭକ୍ତ ମାନେ ବଞ୍ଚିତ ହୋଇଥିଲେ । ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ଧର୍ମ ପତ୍ନୀ ଦେବକୀ ଘଟକୁ ଧାରଣ କରିଥିବା ବେଳେ ଅନ୍ୟ ପାଶ୍ମ ଘଟକୁ ଅନ୍ୟ ମହିଳା ମାନେ ଧାରଣ କରିଥିଲେ । ମା ’ ରାଜବାଟି ଯାତ୍ରା ସମୟରେ ପାରମ୍ପରିକ ରୀତିରେ ପୂଜକଙ୍କ ସହ କେବଳ ୨୦ ଜଣଙ୍କୁ ଅନୁମତି ଦିଆଯିବ । ସେହି ସମୟରେ କୌଣସି ପୂଜାର୍ଜନା ,ନଡ଼ିଆ ଭଙ୍ଗୀ , ପ୍ରସାଦ ସେବନ ଅନୁମତି ଦିଆଯିବନାହିଁ । ଏହି ପରିକ୍ରମା ବେଳେ କୌଣସି ସାଧାରଣ ଲୋକ ସାମିଲ ହେବେ ନାହିଁ । ସମ୍ପୂର୍ଣ୍ଣ ପୋଲିସ କର୍ଡନରେ କାର୍ଯ୍ୟକ୍ରମ ହେବ । ମାଇକ ବ୍ୟବହାର ହେବ ନାହିଁ । ରାତି ୧୦ଟା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସରିବ ।ଗତକାଲି ଅସ୍ଥାୟୀ ପୀଠକୁ ମା ’ ଆସିବା ପରେ ଦିନଟିଏ ବିଶ୍ରାମ ନେଇଛନ୍ତି । ପରମ୍ପରା ଅନୁଯାୟୀ ପୀଠ ପବେଶର ଦ୍ବିତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ ହେବ । ପରେ ରାତିରେ ମା ’ ୮ ଭଉଣୀଙ୍କ ସହ ମହୁରୀ ରାଜବାଟିକୁ ଯିବେ । ଏ ନେଇ ସୂଚନା ଦେଇଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ପାତ୍ରଲା ଦୁର୍ଗା ପ୍ରସାଦ ଦେଶୀବେହେରା | ଆଜିର କାର୍ଯ୍ୟକ୍ରମକୁ ପ୍ରଶାସନ ଅନୁଧ୍ୟାନ କରିବା ପରେ ଆସନ୍ତା କାଲିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହେବ ବୋଲି ଦେଶୀବେହେଖ କହିଛନ୍ତି । ମା ମହୁରୀ ରାଜ ବାଟି ଯିବା ପରେ ସେଠାରେ ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବ ମା ଙ୍କୁ ପୂଜା କରିବା ସହ ଭୋଗ ଅର୍ପଣ କରିଥିଲେ । ପୁଣି ଥରେ ମା ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପୂଜାର୍ଚ୍ଚନା ସହ ଘଟ ଶୁଦ୍ଧି କରିଥିଲେ । ଏଥି ପାଇଁ ପଞ୍ଚାମୃତ , ହରିଡା , ହଳଦୀ , ଗୁଆ ସାମଗ୍ରୀରେ ଶୁଦ୍ଧିକରଣ କରାଯିବା ପରେ ମା ’ ଚାଙ୍ଗୁଡିରୁ ଘଟ ଭିତରକୁ ପ୍ରବେଶ କରିବେ । ମୋଟ ୯ଟି ଘଟ ଏଥିପାଇଁ ପ୍ରସ୍ତୁତ ହୋଇଛି । ଗୋଟିଏ ମୁଖ୍ୟଘଟ ରହିବ । ସେଥିରେ ମା ’ ବିରଜମାନ କରିବେ । ଅବଶିଷ୍ଟ ୮ଟି ଘଟରେ ମା’କ ୮ ଭଉଣୀ ଅବସ୍ଥାନ କରିବେ । ସେମାନେ ସମସ୍ତେ ଯେତେବେଳେ ବି ମାଙ୍କ ଘଟ ପରିକ୍ରମା ହେବ ସେତେବେଳେ ସାଙ୍ଗରେ ଯିବେ ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନ , କମିଶନର ସିଦ୍ଧେଶ୍ୱର ବୋଲିରାମ ବନ୍ଦାର , ତହସିଲଦାର ସିପାନ କୁମାରଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ମାଙ୍କ ଦର୍ଶନ କରିଥିଲେ । ଦିନ ତମାମ ମଧ୍ୟ ମାଙ୍କ ଦର୍ଶନ ପାଇଁ ଭକ୍ତିଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଥିଲା । ସକାଳ୫ଟା ରୁ ୯ଟା ପୁଣି ଅପରାହ୍ନ ୪ଟାରୁ ରାତ୍ର ୯ଟା ଯାଏ ଭକ୍ତ ମାନେ ମା ଙ୍କ ଦର୍ଶନ କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here