ଭିନ୍ନକ୍ଷମଙ୍କ ଜୀବିକା କାହାଣୀ…

0
7

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ୱାର୍ଡ ନମ୍ବର ୧ ଅନ୍ତର୍ଗତ ହରଡ଼ାଖଣ୍ଡି ଅଳର ଶହଦେବ ମହାନ୍ତିଙ୍କ ବଡ଼ ପୁଅ ନିଳାଳ ମହାନ୍ତି । ଜଣେ ଭିନ୍ନକ୍ଷମ । ବୟସ ୩୦ । ପିଲାଟି ବେଳୁ , ପୋଲିଓରେ ଆକ୍ରାନ୍ତ ହୋଇ ବାମ ଗୋଡ଼ ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି । କିନ୍ତୁ ଏଥିରେ ମଧ୍ୟ ଅନ୍ୟ ଉପରେ ନିର୍ଭର ନକରି ସବୁବେଳେ ସ୍ୱାଭିମାନରେ ବଂଚି ରହିବା ନିମନ୍ତେ ସଂଘର୍ଷ ଚଳାଇଛନ୍ତି । ମାତ୍ର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିବା ପରେ ପରିସ୍ଥିତିରେ ପଡ଼ି ଉଚ୍ଚ ଶିକ୍ଷାରୁ ବଂଚିତ ହୋଇଥିଲେ । ସରକାରୀ ସହୟତା କହିଲେ ମାସିକ ୭୦୦ ଟଙ୍କା ଭତା ପାଉଛନ୍ତି । କିନ୍ତୁ ଦୀର୍ଘ ୭ ବର୍ଷ ଧରି ସେ ସହରର ସାହି ସାହି ବୁଲି ଇମିଟେସନ ଗହଣା ବିକ୍ରି କରି ନିଜର ଆର୍ଥିକ ଆବଶ୍ୟକତା ପୂରଣ କରୁଛନ୍ତି । ବୟସ ବଢ଼ିବା ଯୋଗୁଁ ୬ ବର୍ଷ ପୂର୍ବେ ପରିବାର ଲୋକ ତାଙ୍କ ବିବାହ କରାଇଥିଲେ । ଯାହାଦ୍ୱାରା ବର୍ତ୍ତମାନ ବାପା ମାଆଙ୍କ ସହ ନିଜ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ଦାୟିତ୍ଵ ମୁଣ୍ଡାଇଛନ୍ତି । ପ୍ରଥମେ ଦ୍ବିଲ ଚେୟାର ସାହାଯ୍ୟରେ ଆଖପାଖ ଅଳ ଗୁଡ଼ିକରେ ବୁଲି ଇମିଟେସନ ସାମଗ୍ରୀ ବିକ୍ରି ବ୍ୟବସାୟ ଆରମ୍ଭ କରିଥିଲେ । ଦୁଇବର୍ଷ ପୂର୍ବେ ୨୦୧୯ରେ ଭିନ୍ନକ୍ଷମଙ୍କ ନିମନ୍ତେ ଏଳ ଉଦ୍ଧିଷ୍ଟ ୧୫୦ ୦ ୦ ଟଙ୍କାର ଡ଼ିଆରଏଲ ଲୋନ ସାହାଯ୍ୟରେ ଗୋଟିଏ ୪ ଚକିଆ ଏକ୍ସଏଲ ଗାଡ଼ି କିଣିଥିଲେ ଅଧିକା ରୋଜଗାର ଆଶାରେ । ଏହି ଗାଡ଼ିରେ ଛୋଟିଆ ଷ୍ଟିଲସେଲ୍ଲା ତିଆରିକରି ସେଥିରେ ଲିମିଟେସନ କାନଫୁଲ , ପାଉଁଜି , ହାରଭଳି ବହୁ ଗହଣା ସାମଗ୍ରୀ ଗୁଡ଼ିକ ସାଇତି ରଖିବା ସହ ପୁରା ବ୍ରହ୍ମପୁର ସହରରେ ବୁଲି ବିକ୍ରି ପାଇଁ ତାଙ୍କୁ ସୁବିଧା ହୋଇଥିଲା । ଚାଲିବା ନିମନ୍ତେ ସକ୍ଷମ ହୋଇନଥିବା କାରଣରୁ ବ୍ୟାଟେରୀ ସହ ସାଉଣ୍ଡବକ୍ କୁ ସଂଯୋଗ କରି ସେଥିରେ ଫୋନଡ଼ାଇଭ ଦ୍ୱାରା ନିଜର ଭଏସ ରେକରକୁ ବଳାଲ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କିରିଥାନ୍ତି । ଦିନସାରା ସହରର ବିଭିନ୍ନ ସାହି ଗଳିରେ ବିକ୍ରି କରିବା ପରେ ଯାହା ଉପାର୍ଜନ ହୁଏ ସେଥିରେ ୬ ପାଣି କୁଟୁମ୍ବଙ୍କ ପେଟପୋଷିବା ବହୁତ କଷ୍ଟସାଧ୍ୟ ହୋଇପଡ଼େ ବୋଲି କୁହନ୍ତି ନିଳୀଚଳ । ବର୍ତ୍ତମାନ ଗାଡ଼ିରେ ବୁଲିବା ଆଗଅପେକ୍ଷା ସୁବିଧା ଜନକ ହୋଇଥିଲେ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ତାଙ୍କୁ ବହୁତ ବାଧୁଛି । ଉପାର୍ଜନର ଅଧାଭାଗ ପେଟ୍ରୋଲ ଖଳିରେ କାଉଥିବା କହିଛନ୍ତି । ଆଗାମୀ ଦିନରେ ନିଜ ଘରେ ଏକ ଛୋଟିଆ ଲେଡ଼ିସ କର୍ଷର ଖୋଲିବା ନେଇ ତାଙ୍କ ଆଶା । ଲୋନ ସୁଝି ବମାନ ୩ ମାସ ବିତିଲାଣୀ । ଏହା ପରେ ସେ ବାରମ୍ବାର ବ୍ୟାଙ୍କ , ବିଏମସି ଅଫିସ ଏବଂ ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଚକର କାଟିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ତାଙ୍କ ବକେୟା ସବସିଡ଼ି ଟଙ୍କା ମିଳୁପାରୁନଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି । ବଳକା ସବସିଡ଼ି ଟଙ୍କା ମିଳିଥିଲେ ଦୋକାନ କରିବାର ତାଙ୍କ ସ୍ୱପ୍ନ ସାକାର ହୋଇପାରନ୍ତା ବୋଲି କହିଛନ୍ତି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here