ଗଞ୍ଜାମ ଓକିଲ ସଂଘ ପକ୍ଷରୁ କରୋନା ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
3

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଗଞ୍ଜାମ ଓକିଲ ସଂଘ ପକ୍ଷରୁ ସୋମବାର କରୋନା ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୪୦ଜଣ ଓକିଲ କରୋନା ଟିକା ଗ୍ରହଣ କରିଥିଲେ । ଏହି ଅବସରରେ ଗଞ୍ଜାମ ଓକିଲ ସଂଘର ସଭାପତି ଜନାର୍ଦ୍ଦନ ସୁବୁଦ୍ଧି , ଉପସଭାପତି ବି.ଭାଗୀରଥି ରାଓ , ସମ୍ପାଦକ ପ୍ରଦୀପ ବେହେରା ଓ ଯୁଗ୍ଧ ସମ୍ପାଦକ ସୁଧୀର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ୪୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଓକିଲ ମାନେ ଏଠାରେ ନିଜର ଆଧାର କାର୍ଡର ନକଲ ପ୍ରଦାନ କରି ଏପରି କଲୋନା ଟିକା ନେଇଥିଲେ । ପରବର୍ତ୍ତୀ ସମୟ ତଥା ୨୮ଦିନ ପରେ ଏହି ଓକିଲମାନେ ଦ୍ବିତୀୟ ଡୋଜ ଟିକା ନେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here