୯୦୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୮ ଜଣ ଗରିଫ

0
10

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଜିଲ୍ଲାରେ ଅବକାରୀ ଧରପଗଡ ଜୋର୍ ଧରିବାରେ ଲାଗିଛି । ଆଜି ବ୍ରହ୍ମପୁର ଅବକାରୀ ପକ୍ଷରୁ ଜଗନ୍ନାଥପୁର ଠାରେ ଚଢାଉ କରି ୯୨୦ କେଜି ଗଞ୍ଜେଇ ଜବତ, ଗୋଟିଏ ଟ୍ରକ, ଗୋଟିଏ ପିକଅପ୍ ଭେନ୍ ଏବଂ ୮ ଜଣ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ପୋଲିସ । ସୂଚନାଅନୁସାରେ ଜବତ ଗଂଜେଇ ଗୁଡିକ ମାଲକାନଗିରି ରୁ ଗଜପତି ଜିଲ୍ଲା, ୱେଷ୍ଟ ବେଙ୍ଗଲ, କୋରାପୁଟ ରୁ ଭୁବେନଶ୍ବର ଓ ବିହାରକୁ ଚାଲାଣ ହେଉଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ମୋହନା ଅଞ୍ଚଳ ର ରବି ମଲ୍ଲିକ, ନୂତନ ମଲ୍ଲିକ, ବାଲେଶ୍ଵର ଜିଲ୍ଲା ର ସୁଶାନ୍ତ ପଣ୍ଡା, ବାଙ୍ଗିରିପୋଷି ର ମୋନଜ ପାତ୍ର,
ବିହାର ରାଜ୍ୟ ର ରାମ ଚରଣ ସାହୁ, ବିକାଶ ସାହୁ, ଏବଂ ଉତ୍ତର ପ୍ରଦେଶ ରାଜ୍ୟ ର କ୍ରିଷ୍ନା ପାଲ, ଛାବସ ହାଲଦାରଙ୍କୁ ଅବକାରୀ ଆଇନରେ ଗିରଫ କରାଯାଇଥିବା ବେଳେ ଉତ୍ତର ପ୍ରଦେଶ ରାଜ୍ୟ ରେ ପଞ୍ଜୀକୃତ ନମ୍ବର ଥିବା ଗୋଟିଏ ଟ୍ରକ, ୱେଷ୍ଟ ବେଙ୍ଗଲ ରାଜ୍ୟ ର ଅନ୍ୟ ଏକ ପିକ୍ ଅପ୍ ଭ୍ଯାନ ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଅବକାରୀ ଥାନା ଅଧିକାରୀ ହୃଦୟ ଚନ୍ଦ୍ର ସାମନ୍ତ । ଚଢାଉ ରେ ଏକ୍ସସାଇଜ ବିଭାଗ ର ଏସ୍ ଆଇ ବିଶ୍ୱଜିତ୍ ଦାସ, ସଞ୍ଜୟ କାଣ୍ଡି, ଏଏସ୍ଆଇ ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ରହିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here