ମହାନସଂଘ ପକ୍ଷରୁ କରୋନା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ

0
8

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): କରୋନା ର ଦ୍ଵିତୀୟ ଲହରକୁ ମୁକାବିଲା କରିବା ଆବଶ୍ୟକ ଥିବାରୁ ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ଏକ ଦଶଦିନିଆ ସଚତେନତା କାର୍ଯୟକ୍ରମ ଆଜି ବ୍ରହ୍ମପୁର ନେହେରୁ ପାର୍କଠାରେ ଉଦଘାଟିତ ହୋଇଯାଇଛି । ମହାନସଂଘ ସଭାପତି ସୁଶାନ୍ତ କୁମାର ସାବତ ଏହି ଦଶ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମସ୍ତଙ୍କୁ ସଚେତନତା ରହିବା ସହ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ରଖିବା, ପୋଲିସ ପ୍ରଶାସନ ଓ ସରକାରଙ୍କୁ ଏହି ଦିଗରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ। ଏହି ସଚେତନତା କାଯ୍ୟକ୍ରମରେ ଏକ ଆକର୍ଷଣୀୟ କରୋନା ବାଘ ମାଧ୍ୟମରେ ବିଜୁପୁର ଷ୍ଟେସନରୋଡ, ଓ ପ୍ଲାଟ୍ ଫର୍ମରେ ତିରୁପତି ପୁରୀ ଟ୍ରେନଯାତ୍ରୀ ମାନଙ୍କୁ ମାସ୍କ, ସାନିଟାଇଜ ବଣ୍ଟନ ସହ ନିଜକୁ ଏବଂ ଅନ୍ୟକୁ ସୁରକ୍ଷା ରଖିବା ଉପରେ ସଚେତନତା କରାଯାଇଥିଲା । ବ୍ରହ୍ମପୁରରେଳ ଷ୍ଟେସନ ଏସଏମ୍ଆର ଡି.ପି ବ୍ରହ୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ସଂଘ ର କାଯ୍ୟକ୍ରମଗୁଡ଼ିକ ପ୍ରସଂଶା କରିଥିଲେ । ଅନ୍ୟତମ ଅତିଥି ଭାବରେ ଆର୍.ପି.ଏଫ୍ ଆଇ ଆଇ ସି ଶ୍ରୀ ଦିଲିପ୍ କୁମାର ଯୋଗ ଦେଇଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ କୁମାର ପାତ୍ର, ପୂର୍ବତନ କର୍ପୋରେଟର ଦଣ୍ଡପାଣି ନାୟକ ,ନିର୍ଦ୍ଦେଶକ ଜିତେନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ହରିପ୍ରସାଦ ମିଲାଣ, ଉପସଭାପତି ପ୍ରକଳ୍ପ ସଞ୍ଜୟ ମାଝି, ସହ ସମ୍ପାଦକ ବନ୍ଦିତା ତ୍ରିପାଠୀଙ୍କ ସମେତ ଉପସଭାପତି କାର୍ଯ୍ୟାଳୟ ପ୍ରଦୀପ କୁମାର ପଣ୍ଡା, କାର୍ଯ୍ୟାଳୟ ସହ ସମ୍ପାଦକ ଶ୍ରୀ ପ୍ରକାଶ ,ଡି.କେ ରାଓ, ପ୍ରଭାକର ସାହୁ, ନମିତା ରାଣୀ ରାଉତ, ଅନ୍ନପୂର୍ଣ୍ଣା ବେହେରା,ଉମାଶଙ୍କର ପାଣି, ପ୍ରମୋଦ ମହାରଣା, ମନୋଜ ସାହୁ, ମହେନ୍ଦ୍ର ପାତ୍ର, ଜିତେନ୍ଦ୍ର ମୁନି, ସୁରେଶ ଚନ୍ଦ୍ର ତ୍ରିପାଠ , ସୁଶାନ୍ତ ସାହୁ, ସବିତା ସାହୁ,ନିଖିଲ ପାତ୍ରଙ୍କ ସମେତ ଆର୍ ପି ଏଫ୍ ଷ୍ଟାଫ୍, ଷ୍ଟେସନ କର୍ମଚାରୀ, ମମତା ଗେଷ୍ଟ ହାଉସ କର୍ମଚାରୀ ଓ ସଂଘ ର ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଦଶ ଦିନ କାଯ୍ୟକ୍ରମରେ ସହର ଓ ସହର ବାହାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ୧୦୦୦୦ ରୁ ଉର୍ଦ୍ଧ୍ୱ ମାଷ୍କ ବଣ୍ଟନ କରାଯିବ ବୋଲି ସମ୍ପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here