ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ୧୨୬ୟୁନିଟ୍ ରକ୍ତ ସଂଗ୍ରହ

0
8

କରିବା ରକ୍ତଦାନ ବଞ୍ଚାଇବା ଜୀବନ :ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଷ୍ଟୁଡେଣ୍ଟ କମନ୍ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରକ୍ତ ଭଣ୍ଡାରରେ ରକ୍ତ ର ଘୋର ଅଭାବ ପରିଲକ୍ଷିତ ହୋଇଛି । ସେ ଅଭାବକୁ ଦୂରକରିବା ଲକ୍ଷ୍ୟ ନେଇ ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ର ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏକ ରକ୍ତଦାନ ଶିବିର କାଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ପିଜି କାଉନ୍ସିଲିଂ ଚ୍ୟାରମ୍ୟାନ ଅରୁନ୍ଧତୀ ରଥ ଯୋଗ ଦେଇ ଉକ୍ତ ଶିବିରକୁ ଶୁଭାରମ୍ଭ କରିଥିବା ବେଳେ ବାପୁଜି ସାମଲ, ସୋରଜ ଦାସ,ପଦ୍ମନାଭ ସାମନ୍ତ ,ସ୍ମୃତି ଦାସ ,ସତ୍ୟବ୍ରତ ପାତ୍ର ଆଦି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭବାନୀକାନ୍ତ ସାହୁ ,ସତ୍ୟ ନାରାୟଣ ନାୟକ ,ଶ୍ରୀନିବାସ ରାଓ,ଆଲୋକ ଦଳାଇ,ମିଥୁନ ନାୟକ, ସୁଭଧ ସୁମନ ସ୍ୱାଇଁ ,ଶୁଭଶ୍ରୀ ସ୍ଵାଗତିକା ସ୍ୱାଇଁ ଅଭିର୍ଭୁତା ସ୍ୱାଇଁ ,ସଂଗ୍ରାମ କେଶରୀ ଜେନା,ଭାସ୍କର ପଟ୍ଟନାୟକ ,ସତୀଶ କୁମାର ସ୍ୱାଇଁ, ଦୁର୍ଗା ମାଧବ ପ୍ରଧାନ, ଅମିତ୍ ପାତ୍ର, ବିକାଶ ବେହେରା,ଅଖିଲେଶ ବେହେରା ,ଶିବାନି ତହଲ, ପ୍ରମୁଖ ଯୋଗ ଦେଇ ସ୍ବଇଚ୍ଛାରେ ରକ୍ତଦାନ କରୁଥିବା ଯୁବକଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ । ଆମର ରକ୍ତ ଦାନରେ ଯଦି ଅନ୍ୟ କାହାର ଜୀବନ ବଞ୍ଚେଇ ପାରେ ତେବେ ଆମେ ସମସ୍ତଭାଇ ଓ ବନ୍ଧୁଗଣଙ୍କୁ ଅନୁରୋଧ କରୁଛୁ ଆପଣ ରକ୍ତ ଦାନ କରିବା ପାଇଁ ଆଗେଇ ଆସନ୍ତୁ କାରଣ ଆପଣଙ୍କ ଏହି ମହତ ଦାନ ଅନ୍ୟ କାହାର ଜୀବନ ବଞ୍ଚେଇ ପରେ ବୋଲି ଆୟୋଜିତ ରକ୍ତଦାନ ଶିବିରରେ ପୂର୍ବତନ ଛାତ୍ର ସଭାପତି ଭବାନୀକାନ୍ତ ସାହୁ ମତ ପ୍ରକାଶ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୨୬ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏଥିମଧ୍ୟରୁ ୨୫ରୁ ଉର୍ଦ୍ଧ୍ବ ମହିଳା ରକ୍ତଦାନ କରିଛନ୍ତି । ସବୁ ଠୁଁ ବଡ଼ କଥା ହେଲା ରକ୍ତଦାନ କରିବା ନିମନ୍ତେ ବହୁ ଯୁବତୀମାନେ ଉତ୍ସାହିତ ଥିବା ବେଳେ ହିମୋଗ୍ଲୋବିନ୍ କମ୍ ଯୋଗୁଁ ପ୍ରାୟ ୩୦ ଜଣଯୁବତୀ ରକ୍ତ ଦାନ କରିପାରିନଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ସାହୁ, ଜି.ଲିଙ୍ଗରାଜ ଆଚାରୀ,ବିଶ୍ୱଜିତ୍ ପଟ୍ଟନାୟକ,ଜିଜ୍ଞାସା ବେହେରା, ଅନିତା,ଅମ୍ରିତା ରାଣୀ ଦେହୁରୀ, ଶୁଭଶ୍ରୀ ପାଣି, ଶ୍ରୀନିବାସ ପଣ୍ଡା, ସତୁଞ୍ଜୟ ଦାସ,ପ୍ରମୁଖ ଉକ୍ତ ଶିବିରରେ ସହଯୋଗ କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here