ଜିଲ୍ଲା ପ୍ରଶାସନ ର କଟକଣା ସପ୍ତାହକ ପାଇଁ ଜନଶୂନ୍ୟ ରହିବ ଗୋପାଳପୁର ବେଳାଭୂମି…

0
33

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ମହାମାରୀ କରୋନାକୁ ଆଖି ଆଗରେ ରଖି ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ, ଗୋପାଳପୁର ବେଳାଭୂମି ଓ ପାର୍କକୁ ସର୍ବସାଧାରଣଙ୍କୁ ବାରଣ କରାଯାଇଛି । ଏ ନେଇ ଆଜି ଏନ୍ଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ସଚେତନତା କରାଯାଇଛି । ପାର୍କ, ବେଳାଭୂମି,ଓ ଧର୍ମାନୁଷ୍ଠାନ ମାନାଙ୍କରେ ନିତିକାନ୍ତି ଭାବେ ପୁଜା ଅର୍ଚ୍ଚନା ଜାରି ରହିବା ସହ ସାନିଟାଇଯ କରାଯିବା ବୋଲି ଉନ୍ନୟନ କାର୍ଯ୍ୟ ଅଧିକାରୀ ଉମା ଶଙ୍କର ସେଠୀ ସୂଚନା ଦେଇଛନ୍ତି ।
ଏହାକୁ ନଜରରେ ରଖି ସ୍ଥାନୀୟ ପୁଲିସ୍ ପକ୍ଷରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ୩ ସେକ୍ସନ ଫୋର୍ସ ମୁତୟନ କରାଯାଇ କଡାକଡି ପେଟ୍ରୋଲିଙ୍ଗ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।


ରିପୋର୍ଟ-ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here