ଓଡ଼ିଆ ନବ ବର୍ଷକୁ ଅଭିନବ ଢଙ୍ଗରେ ପାଳନ କଲା କାହ୍ନା ଚାରିଟେବଲ୍ ଟ୍ରଷ୍ଟ

0
30

ବ୍ରହ୍ମପୁର, ୧୪/୦୪/୨୧/(ମହାରାଣୀ ନ୍ୟୁଜ୍ ): ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଅବସରରେ ବ୍ରହ୍ମପୁର ସେବା ସଂଗଠନ କାହ୍ନା
ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ଢଙ୍ଗରେ ପାଳନ କରାଯାଇଛି । ଟ୍ରଷ୍ଟି ମୁଖ୍ୟ ରଞ୍ଜନା ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୋର୍ଟପେଟା ଛକ ନିକଟସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଭିକ୍ଷା ବୃତ୍ତି କରୁଥିବା ଗରୀବ ,ଭୋକିଲା ଓ ଅର୍ଥନୈତିକ ଅନଗ୍ରସର ଅଧିବାସୀ ମାନଙ୍କୁ ନୂତନ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ପରେ ଗେଟବଜାର ଛକ ପାଖରେ ଥିବା ନିରାଶ୍ରୟୀ ମାନଙ୍କୁ ନୂତନ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିସହ ଲୋକମାନଙ୍କୁ କୋରନା ସଚେତନତା ବାର୍ତ୍ତା ଦେବା ସହ ମାସ୍କ ,ସାନିଟାଇଜର ବଣ୍ଟନ କରାଯାଇଛି। ବିଭିନ୍ନ ଛକସ୍ଥାନଗୁଡିକରେ ପଥଚାରୀ ଓ ଗାଡ଼ିରେ ଯାଉଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ପ୍ରବର୍ଭାଯାଇଥିବା ବେଳେ ଯେଉଁମାନଙ୍କ ପାଖରେ ମାସ୍କ ନାହିଁ ସେମାନଙ୍କୁ ମାସ୍ତ୍ର ବଣ୍ଟନ କରାଯାଇଥିଲା । ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ବିଜୟ କୃଷ୍ଣ ମହାନ୍ତି,ସ୍ବର୍ଣ୍ଣଲତା ସାହୁ,ମନୋରଞ୍ଜନ ଚୌଧୁରୀ,ବିଷ୍ଣୁ ପ୍ରିୟା ପାଢ଼ୀ, ଅଞ୍ଜଳି ମହାନ୍ତି, ସୋନମ ଦାସ,ଉଷାରାଣୀ ପଟ୍ଟନାୟକ, ସସ୍ମିତା ସାହୁ,ପି କୋମଳି,ସୁଜାତା ମହାପାତ୍ର, ବାବୁଲା ମହାପାତ୍ର,ରୋନାଲି ପାଣିଗ୍ରାହୀ, ବଂଶୀଧର ଦାସ,ସନ୍ତୋଷ ପାଣିଗ୍ରାହୀ, ଟି ବିଜୟ ରାଓ,ସନ୍ତୋସିନୀ ସାବତ,ଅନିତା ସାହୁ ଓ ଅଶୋକ ପାଣିଗ୍ରାହୀଙ୍କ ସମେତ ଟ୍ରଷ୍ଟ ର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here