ଆମ୍ବେଦକରଙ୍କ ଜୟନ୍ତି ପାଳିଲା ଭାରତୀୟ ଜନତା ପାର୍ଟି

0
15

ବ୍ରହ୍ମପୁର, ୧୪/୦୪/୨୧/(ମହାରାଣୀ ନ୍ୟୁଜ୍): ବୁଧବାର ଦିନ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଭାରତୀୟ ସମ୍ବିଧାନ ର ପ୍ରଣେତା ତଥା ଦଳିତ ନେତା ଡ.ଭିମରାଓ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତି ପାଳିତ ହୋଇଛି । ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା ଲାଞ୍ଜିପଲ୍ଲି ସ୍ଥିତ ବାବାସେହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ଜଳେଶ୍ଵର ଖଣ୍ଡି ବସ୍ତିରେ ଦଳିତ ବୁଦ୍ଧିଜୀବୀ ସତ୍ୟ ନାରାୟଣ ଦାସ ,ବୈରାଗୀ ଚରଣ ଦାସ , କାଶିନାଥ ଦାସ ଓ କୃଷ୍ଣ ଦାସଙ୍କୁ ସମ୍ମାନୀତ କରାଯାଇଥିଲା । ଶିଳ୍ପୀଚଳ ଅଂଚଳରେ ଜନସାଧାରଣ ଙ୍କ ନିମନ୍ତେ ଜଳ ଛତ୍ର ମଧ୍ୟ ଖୋଲାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ , ନିରଞ୍ଜନ ପାଣିଗ୍ରାହୀ , ନମିତା ରାଣୀ ପଣ୍ଡା ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ , ପ୍ରଭାତ କିରଣ ଷଡଙ୍ଗୀ , ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା ସୁଶିଳା ମଲ୍ଲିକ , ଜିଲ୍ଲା ଅନୁସୁଚିତ ଜାତି ସଭାପତି ପ୍ରଶାନ୍ତ କର , ବରିଷ୍ଠ ନେତା ଡ ସୁବାଷ ସାହୁ , ରବିନ୍ଦ୍ର ସାହୁ , ଶିବ ଅଧିକାରୀ , ଅଶୋକ ନିର୍ମାଇ , ଭାବଗ୍ରାହୀ ପାଳ ବିନାୟକ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିଳ୍ପାଚଳ ମଣ୍ଡଳ ସଭାପତି ଶିବ ଶଙ୍କର ନାୟକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ସେଠି , ପି .ରାଜେନ୍ଦ୍ର କୁମାର ଦଣ୍ଡଧର ହୋତା , ଅଭି ସାହୁ , ପ୍ରମୋଦ ମଣ୍ଡଳ , ତୁଣ୍ଡେଶ୍ଵର ନାୟକ , ଚିତ ରଂଜନ ତ୍ରିପାଠି , ସସ୍ମିତା ବେହେରା, ସୁଜିତ ଦଳାଇ , ଟିଲୁ ମହାପାତ୍ର , ସୁମିତ ପାତ୍ର , ସୁନିଲ ନାୟକ , ଦିପକ ନାୟକ , ରାଜେସ୍ବର ମହାପାତ୍ର , ବଳିଆ ନାୟକ , ନିତେସ ଜେନାଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here