ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ ସମ୍ଭାବନା ନାହିଁ

0
15

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ତତ୍ପର ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଦ୍ବିତୀୟ ଲହର ପରେ ଗଞ୍ଜାମରେ ପୁଣି କାୟା ବିସ୍ତାର କରିଛି କରୋନା । ଗତ ଦୁଇଦିନରେ ୧୫୦ଜଣ ପଜିଟିଭ୍‌ ଚିହ୍ନଟ ହେଲେଣି। ଗତକାଲି ଜିଲ୍ଲାରେ ୮୦ଜଣ ଏବଂ ଆଜି ୭୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାର ଜଣେ ୭୦ବର୍ଷୀୟ ବୃଦ୍ଧଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି। ଗତ ଏପ୍ରିଲ ୧ତାରିଖ ଠାରୁ ଆଜି ସୁଦ୍ଧା ଜିଲ୍ଲାରେ ୩୪୭ଜଣ ‌କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୨୪ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଏବେ ୨୪୫ଜଣ ସକ୍ରୀୟ ସଂକ୍ରମିତ ରହିଛନ୍ତି। ଦ୍ବିତୀୟ ଲହରରେ ୨ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଓ ଦ୍ବିତୀୟ ଲହର ମିଶି ଜିଲ୍ଲାରେ ସମୁଦାୟ କୋଭିଡ଼୍‌ ମୃତ୍ୟୁ ସଂଖ୍ୟା ୨୫୦ରେ ପହଞ୍ଚିଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମରେ କରୋନା ସଂକ୍ରମଣ କମ୍‌ ରହିଛି। କିନ୍ତୁ ସଂକ୍ରମଣ ବଢିବ ନାହିଁ ବୋଲି କହିହେବ ନାହିଁ। କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଉଛି। ଏଥିଲାଗି ବୁଧୁବାର ଟାଉନ ହଲ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଆଧାରିତ ନେଇ ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । କରୋନାକୁ ନେଇ ଜିଲ୍ଲାବାସୀଙ୍କ ସହାୟତା ଲଢ଼ିଛି ଜିଲ୍ଲା ପ୍ରଶାସନ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଜିଲ୍ଲାପାଳ ଜିଲ୍ଲାରେ କରୋନା ସ୍ଥିତି ଉପରେ ନଜର ରଖାଯାଇଛି, ଜନ ସାଧାରଣ ମାସ୍କ, ସାମାଜିକ ଦୂରତା, ବିବାହ ଭୋଜି ସହ ଯେ କୌଣସି ଉତ୍ସବରେ ବାହାର ରାଜ୍ୟର କାହାକୁ ନିମନ୍ତ୍ରଣକୁ ବାରଣ ସହ ବିବାହ ଭୋଜିରେ ଖାଦ୍ୟ ପୁଡ଼ିଆ ବ୍ୟବସ୍ଥା କରନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ ଜିଲ୍ଲାପାଳ । ପ୍ରତିଷେଧକ ପାଇଁ ଟିକାକରଣକୁ ପ୍ରାଥମିକତା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୯୨ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୮୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ୨ୟ ଡୋଜ୍ ଟିକା ନେଇସାରିଛନ୍ତି । ସେହିପରି ୯୨ପ୍ରତିଶତ ଯୋଦ୍ଧା ପ୍ରଥମ ଏବଂ ୮୮ ପ୍ରତିଶତ ୨ୟ ଡୋଜ୍ ଟିକା ନେଇଛନ୍ତି । ୪୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ୩୯ ପ୍ରତିଶତ ଟିକା ନେଇସାରିଛନ୍ତି । ୨୩୮ ସରକାରୀ ଓ ୧୧ଟି ଘରୋଇ ମୋଟ ୨୪୯ ଟିକା କେନ୍ଦ୍ର ଜିଲ୍ଲାରେ କରାଯାଇଛି । ଚିକିତ୍ସା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇରହିଛି । ଏମକେସିଜି ମଡିକାଲ କଲେଜ ଡେଡ଼ିକେଟେଡ଼୍ କୋଭିଡ ହସ୍ପିଟାଲରେ ଡ଼ିସିଏସ୍ କାର୍ଯ୍ୟ କରୁଛି। ଏହାସହ କରୋନାର ଦ୍ଵିତୀୟ ଲହର ଅତ୍ଯନ୍ତ ଚିନ୍ତାଜନକ ଥିବାବେଳେ ଚିକିତ୍ସା ଦିଗରେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୫୦ ବେଡ ପ୍ରସ୍ତୁତ ଥିବା ବେଳେ ୯୦ଟି ଭେଣ୍ଟିଲେଟର ମହଜୁଦ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେଥିମଧ୍ୟରୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ୧୫୪ ଟି ବେଡ୍ ୨୪ ଭେଣ୍ଟିଲେଟର ରହିଥିବା ବେଳେ ଅଶ୍ୱନି ମେଡିକାଲରେ ୧୫୦ ଟି ବେଡ ୨୫ଟି ଭେଣ୍ଟିଲେଟର ରହିଛି । ସେହିପରି ଟାଟା କୋଭିଡ ସେଣ୍ଟର ରେ ୧୫୦ଟି ବେଡ ସହ ୨୫ ଟି ଭେଣ୍ଟିଲେଟରକୁ ମହଜୁଦ ରଖାଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ୩୦୦ ବେଡ ବିଶିଷ୍ଟ କୋଭିଡ ମେଡିକାଲ ରହିଥିବା ବେଳେ ୧୫୦୦ କୋଭିଡ କ୍ଯାର ସେଣ୍ଟରକୁ ପ୍ରସ୍ତୁତ ରଖା ଯାଇଛି । ଏବେ ସିଟି ହସ୍ପିଟାଲରେ ଶହେ ଶଯ୍ୟା ରହିଛି ,ଆସିକାରେ ୧୫୦ଟି ଶଯ୍ୟା ,ଓ ଭଞ୍ଜନଗରରେ ୫୦ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ହିଂଞୀଳୀରେ ମଧ୍ୟ ୫୦ ଟି ଶଯ୍ୟା ବିଶିଷ୍ଟ ଜିଲ୍ଲା କୋଭିଡ ସେଣ୍ଟର କରିବାକୁ ଯୋଜନା ରହିଛି । ଏହାସହ ଜିଲ୍ଲାକୁ ବର୍ତ୍ତମାନ ୬ହଜାର ୬୪ ଜଣ ପ୍ରବାସୀ ଫେରିଥିବା ସରକାରୀ ସ୍ତରରେ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ପାଇଁ ୭ଦିନ ହୋମ କ୍ବାରେଣ୍ଟଣ୍ଟାଇନରେ ରହିବା ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ ଜିଲ୍ଲାର ୨୨ଟି ବ୍ଲକର ବିଭିନ୍ନ ଅଞ୍ଚଳକୁ ୫୪୧୪ଜଣ, ୧୭ଟି ଏନ୍‌ଏସିକୁ ୩୧୮ଜଣ ଓ ବ୍ରହ୍ମପୁର ରେଳ ଷ୍ଟେସନରେ ହୋଇଥିବା ସ୍କ୍ରିନିଂର ତଥ୍ୟ ଅନୁଯାୟୀ ୩୩୨ଜଣ ଫେରିଛନ୍ତି। ଆଜି ଠାରୁ ବ୍ରହ୍ମପୁର ରେଳଷ୍ଟେସନରେ ପ୍ରବାସୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ୩ଟି କେନ୍ଦ୍ର ଖୋଲାଯାଇ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ନ ନେଇ ବାହାରୁ ରାଜ୍ୟରୁ ଆସୁଥିବା ‌ଲୋକଙ୍କ ପଞ୍ଜୀକରଣ କରାଯାଉଛି। ପଞ୍ଜୀକରଣ ତଥ୍ୟକୁ ସମ୍ପୃକ୍ତ ବ୍ଲକ ଓ ଏନ୍‌ଏସିକୁ ପଠାଯିବ। ସ୍ଥାନୀୟ ବିଡ଼ିଓ ଓ ନିର୍ବାହୀ ଅଧିକାରୀ ଉକ୍ତ ପ୍ରବାସୀମାନେ ଯେଭଳି ୭ଦିନ ଗୃହ ସଙ୍ଗରୋଧରେ ରହିବେ ତାହାକୁ ସୁନିଶ୍ଚିତ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକିଛି ଦିନଧରି କରୋନାର ଦ୍ଵିତୀୟ ଲହର ଉପର ମୁହାଁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ରେ ୩ ସହ ୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏଣୁ ଜନ ସାଧାରଣଙ୍କ ସଚେତନ ହିଁ କରୋନା ର ଚେନ୍ କୁ ଭାଙ୍ଗିବାରେ ସହାୟକ ହେବାକୁ ଥିବା ବେଳେ ପ୍ରତ୍ୟେକଟି ବ୍ଯକ୍ତିଙ୍କ ସହଯୋଗ ଲୋଡିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାବାସୀ କରୋନା ନିୟମକୁ ପାଳନ କରିବା ସହ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନାକୁ ମାତ ଦେଇପାରିବା ଓ ଜୀବନ ଜୀବିକାକୁ ଦେଖି ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ଲକ୍ ଡାଉନର ସମ୍ଭାବନା ନାହିଁ ବୋଲି ଜିଲ୍ଲାପାଳ ବିଜୟା ଅମୃତ କୁଳାଙ୍ଗେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମଳିନୀରେ ବ୍ରହ୍ମପୁର ଉପଜିଲ୍ଲାପଳ ଭି କୀର୍ତ୍ତି ୱାସନ କହିଥିଲେ , ବର୍ତ୍ତମାନ ଏମକେସିଜିରେ କୋଭିଡରୋଗୀଙ୍କୁ ଚିକିତ୍ସା କରାଯାଇଛି । ବ୍ଲକ୍ ଓ ଏନ୍‌ଏସି ସ୍ତରରେ ମେଡିକାଲ କ୍ୟାମ୍ପ ସୁବିଧା କରାଯାଇଛି । ଏହା ସହ ସମସ୍ତ ହସ୍ପିଟାଲକୁ ଏବେ ଆକ୍ଟିଭ୍ କରାଯାଇଛି । ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ସ୍କାନିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ବୁଧବାର ଠାରୁ ଷ୍ଟେସନଠାରେ ଆରଟି – ପିସିଆର ଓ କୋରନା ୨ୟ ଡୋଜ ଟୀକାର ସାଟିଫିକଟ ଦେଖାଇବାକୁ ବାଧ୍ୟତା କରାଯାଇଛି । ଯେଉଁ ମାନେ ରିପୋର୍ଟ ଦେଇପାରିବେ ନାହିଁ , ସେମାନଙ୍କୁ କ୍ବାରେଣ୍ଟଣ୍ଟାଇନ୍ ରେ ପଠାଯିବ । ସେହିପରି
ବ୍ରହ୍ମପୁର ମହାନଗର ନିଗମ କମିଶନର ଡ.ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କରିଛନ୍ତି , ବ୍ରହ୍ମପୁର ସହରରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ସହରର ଖ୍ରୀଷ୍ଟିୟାନ ହସ୍ପିଟାଲ ସହ ସିଟି ଓ ଏମକେସିଜି ମେଡିକାଲ କଲେଜରେ କୋଭିଡ ପରୀକ୍ଷା ସୁବିଧା ରହିଛି । ସତର୍କ ରହିବା ସହ ମାସ୍କ ପିନ୍ଧିବା ଏବଂ ଗହଳି ଜାଗାକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here