କୋରନା କଟକଣାରେ ମେରୁ ପର୍ବ ସମାପ୍ତ ;ରେଶମ ସହରରେ ସଂକ୍ରାନ୍ତି ମେରୁ ଯାତ୍ରା ଅନୁଷ୍ଠିତ …

0
17

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):
ରେଶମ ସହରରେ କୋଭିଡ୍ କଟକଣା ଭିତରେ ପାଣିଗ୍ରାହୀପେଣ୍ଠ ପୁଞ୍ଜା,ପାତାଳେଶ୍ୱର, ହରିଡାଖଣ୍ଡି, , ଆମ୍ବପୁଆ , ବିଜିପୁର , ବ୍ରଜନଗର , ନୂଆବସଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୋକାନ ବଜାର ବନ୍ଦ ରହିବା ବେଳେ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିଲା । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମେରୁ ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି ହୋଇଥିବାରୁ ଅଧରାତିରେ ମେରୁ ଭତ୍ସବ ପାଳନ ହୋଇଛି । ମେରୁ ସଂକ୍ରାନ୍ତି ଅବସରରେ ଗଞ୍ଜାମର ପାରମ୍ପାରିକ ଦଣ୍ଡଯାତ୍ରା ଉଦ୍ ଯାପିତ ହୋଇଛି । ମଙ୍ଗଳବାର ରାତିରୁ ହିଁ ଦଣ୍ଡକାଳୀ ମନ୍ଦିର ମାନଙ୍କରେ ମେରୁ ତଥା ଝାମୁ ଯାତ୍ରା ହୋଇଥିଲା । ମେରୁ ଯାତ୍ରା ଗଞ୍ଜାମରେ ଏକ ବଡ଼ ପରମ୍ପରା ହୋଇଥିରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଅଧରାତିରେ ମେରୁ ଉତ୍ସବ କରାଯାଇଥିଲା । ତଥାପି ଅନେକ ଜାଗାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ୧୩ ଦିନ ଧରି ମାସନ୍ତ ଦଣ୍ଡ ଯାତ୍ରାର ରୀତି ନୀତି ଅନୁଯାୟୀ ସ୍ପଳ୍ପ ମାନସିକ ଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଚଳିତ ମାସ ଏକ ତାରିଖରୁ ଆରମ୍ଭ ହୋଇ ଶେଷ ହୋଇଯାଇଛି । ପ୍ରଥମରୁ ଦଣ୍ଡୁଆ ଭାଇ ମାନେ ଭକ୍ତିର ସହ ମା’ ଦଣ୍ଡ କାଳୀଙ୍କୁ ସ୍ମରଣ କରି ଧୂଳି ଦଣ୍ଡ,ପାଣି ଦଣ୍ଡ ସାରିବା ପରେ ମା’ଙ୍କ ପୂଜାରୀ ମା’ ରୁଦ୍ର କାଳୀଙ୍କୁ ଆବାହନ କରି ରୀତି ନୀତି ଅନୁସାରେ ମେରୁ କାର୍ଯ୍ୟ ସମାପ୍ତ କରିଥିଲେ। ତେବେ କରୋନା କଟକଣା ଯୋଗୁଁ କେବଳ ନୀତିକାନ୍ତି ରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରାଯିବା ସହ ଭକ୍ତଙ୍କ ସମାଗମକୁ ବାରଣ କରାଯାଇଛି । ପ୍ରଥମେ ମେରୁ ପଡିଆରେ ଦଣ୍ଡୁଆ ମାନଙ୍କ ଦ୍ଵାରା ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାବା ସହ ପାଟଦଣ୍ଡୁଆ ମେରୁଖୁଣ୍ଟ ଉପରେ ଉକୁଚି ଯିବାପରେ ପର୍ବ ସମାପନ ହୋଇଥିଲା । ଦଣ୍ଡ ଘରେ ବିଧି ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ମାନସିକ ଦଣ୍ଡୁଆମାନେ ମିଳିତ ହୋଇ ସହର ପରିକ୍ରମା କରିବା ପରେ ଦଣ୍ଡଘର ସମ୍ମୁଖରେ ଦଣ୍ଡ ପରିବେଷଣ କରିଥିଲେ । ପାଣିଦଣ୍ଡ ସାରି ଦଣ୍ଡୁଣ୍ଡୁଆଙ୍କ ସହ ଉପବାସ ମେରୁ ଖୁଣ୍ଟ ନିକଟରେ ପହଞ୍ଚିଥିଲେ । ସମସ୍ତ ଦଣ୍ଡୁଆଙ୍କସେଠାରେ ପୂଜା ବିଧି ଆରମ୍ଭ ହୋଇ ମେରୁଖୁଣ୍ଟ ତଳ ଭାଗରେ ଅଗ୍ନି ସଂଯୋଗ କରାଯାଇଥିଲା । ବେଲ କାଠ ପାଟ ଦଣ୍ଡୁଆକୁ ଗୋଡ଼ ବନ୍ଧାଯାଇ ମୁଣ୍ଡ ତଳକୁ କରାଯାଇଥିଲା । ତଳେ ଜଳୁଥିବା ଅଗ୍ନିରେ ତିନି ମୁଠା ଝୁଣା ଦିଆଯିବା ପର ମେରୁ ପର୍ବ ସମାପ୍ତି ହୋଇଥିଲା । ପାଣିଗ୍ରାହୀପେଣ୍ଠ ,ପାତାଳେଶ୍ୱର, ହରିଡାଖଣ୍ଡି, , ଆମ୍ବପୁଆ , ବିଜିପୁର , ବ୍ରଜନଗର , ନୂଆବସଷ୍ଟାଣ୍ଡ ପ୍ରମୁଖ କାଳୀ ମନ୍ଦିରରେ ମେରୁ ଉତ୍ସବ ପାଳନ ହୋଇଥିଲା । ମେରୁ ଉତ୍ସବ ପରେ ଗଂଜାମ ଜିଲ୍ଲାର ପାରମ୍ପାରିକ ଦଣ୍ଡଯାତ୍ରାର ଉଦ୍‌ଯାପନ ହୋଇଛି । କଟକଣା ଯୋଗୁଁ ଆଜି କୌଣସି ଜାଗାରେ ପ୍ରସାଦ କିମ୍ବା ମୃଦ୍ବୀପାନୀୟ ବଣ୍ଟନ ହୋଇନାହିଁ । କୋରନା କଟକଣାରେ ଜିଲ୍ଲା ର ଭଞ୍ଜନଗର ସ୍ଥିତ ଗ୍ୟାଲେରି ର ପ୍ରସିଦ୍ଧ ମେରୁ ଯାତ୍ରା ଠାରୁ ଆରମ୍ଭ କରି ବ୍ରହ୍ମପୁର ମହାନଗର ଅଞ୍ଚଳ ର ବିଭିନ୍ନ ୧୩ ଦିନିଆ ଦଣ୍ଡ ଯାତ୍ରା ର ମେରୁ ଉତ୍ସବ କୋରନା କଟକଣାରେ ପାଳିତ ହୋଇଯାଇଛି । ପୂର୍ବରୁ ମା ବୁଢ଼ୀ ଠାକୁରାଣି ଅସ୍ଥାୟୀ ପୀଠରେ ଦୁଇ ପୂଜାରୀ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ, ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଥିଲା । ସେହିପରି ପୂର୍ବ ବର୍ଷ କୋରନା କାୟାରେ ଦଣ୍ଡଯାତ୍ରା, ମେରୁଯାତ୍ରା ସର୍ବସାଧାରଣରେ ପାଳିତ ହୋଇନଥିବା ବେଳେ ଚଳିତ ବର୍ଷ କୋରନା ର ଦ୍ୱିତୀୟ ଲହରକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ସପ୍ତାହକ ପାଇଁ ବନ୍ଦ ସହ ମେରୁସଂକ୍ରାନ୍ତି, ପଣା ସଂକ୍ରାନ୍ତିକୁ ସର୍ବ ସାଧାରଣରେ ନ ପାଳିବା କୁ ନିର୍ଦେଶ ଜାରି କରିଥିଲା । ଯାହା କୁ ଶ୍ରଦ୍ଧାଳୁ ଓ ଲୋକେ ଫୁ କରିଥିବା ଦେଖିବାକୁ ମିଳିଛି । ଆଜି ବିଷୁବ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ । କେବଳ ମନ୍ଦିରରେ ହିଁ ପୂଜାବିଧି ହୋଇଛି । ସର୍ବସାଧାରଣ ହନୁମାନ ଜୟନ୍ତୀ ପୂଜାରେ ସାମିଲ ହୋଇପାରି ନାହାନ୍ତି । ପ୍ରତିବର୍ଷ ବ୍ରହ୍ମପୁର ଉପଖଣ୍ଡ ମାଣ୍ଡିଆପଲ୍ଲୀ ଓ ଗୌତମ ସିନେମା ହଲ୍ ନିକଟସ୍ଥ ହନୁମାନ ମନ୍ଦିରରେ ପ୍ରବଳ ଭିଡ଼ ହେଉଥିଲା କିନ୍ତୁ କୋରନା କଟକଣା ଯୋଗୁଁ ଆଜି ହନୁମାନ ଜୟନ୍ତୀ ସେତେ ଆଡ଼ମ୍ବପୂର୍ଣ୍ଣ ହୋଇପାରିନାହିଁ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here