ଅଗ୍ନିଶମ ବିଭାଗ ପକ୍ଷରୁ ଶହୀଦ ଦିବସ ସହିତ ଅଗ୍ନିଶମ ସେବା ସପ୍ତାହ ପାଳିତ

0
7

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ବୁଧବାର ଦକ୍ଷିଣାଞ୍ଚଳ ଅଗ୍ନିଶମ କାର୍ଯ୍ୟାଳୟଠାରେ ଅଗ୍ନିଶମ ଶହୀଦ ଦିବସ ସହିତ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଇଛି । ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଅରୁଣ କୁମାର ଷଢ଼ଙ୍ଗୀ ଏଥିରେ ଅଧକ୍ଷତା କରିଥିଲେ । ୧୯୪୪ ମସିହା ଠାରେ ମୁମ୍ବାଇ ମୁନିସିପାଲ ଫାୟାର ସର୍ଭିସର ୬୬ ଜଣ କର୍ମଚାରୀ ମୁମ୍ବାଇ ଠାରେ ଏକ ପାଣିକାଜାହାଜର ନିଆଁକୁ ଆୟତ୍ତ କରିବାକୁ ଯାଇ ନିଜର ପ୍ରାଣ ହରାଇଥିଲେ । ୧୯୬୮ ମସିହାରେ ଭାରତ ସରକାର ଏହି ଦିବସକୁ ଆଜି ପର୍ଯ୍ୟନ୍ତ ଯେଉଁ କର୍ମଚାରୀମାନେ ଶହୀଦ ହୋଇଛନ୍ତି ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିନକୁ ଅଗ୍ନିଶମ ଶହୀଦ ଦିବସ ସହିତ ଅଗ୍ନିଶମ ସେବା ସପ୍ତାହ ପାଳନ କରିବାକୁ ନିଷ୍ପତି ନେଇଥିବାରୁ ଏହାକୁ ପାଳନ କରାଯାଉଛି । ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯିବ । ଏହି ଅବସରରେ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶହୀଦଙ୍କ ସ୍ମତି ଉଦ୍ଧେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଲୋକଙ୍କୁ ନିଆଁ ଠାରୁ କିଭଳି ରକ୍ଷା ପାଇବେ ସେ ନେଇ ଲିଫ୍ ଲେଟ୍ ଏବଂ ମାଇକ ଯୋଗେ ସଚେତନତା କରାଯାଇଥିଲା । ବ୍ରହ୍ମପୁର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର , ଷ୍ଟେସନ ଅଫିସର ଲକ୍ଷ୍ମଣ କୁମାର ବେହେରା ,ପ୍ରମୋଦ କୁମାର ଭୂୟାଁ ଓ କୃଷ୍ଣଚନ୍ଦ୍ର ପାଢିଙ୍କ ସହ ଦକ୍ଷିଣାଞ୍ଚଳ ଅଗ୍ନିଶମ କାର୍ଯ୍ୟାଳୟ ଏବଂ ବ୍ରହ୍ମପୁର ଦମକଳ କେନ୍ଦ୍ରର ବହୁ ଅଧିକାରୀ ଏବଂ କର୍ମଚାରୀ ଯୋଗଦେଇଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here