ଅନ୍ ଲାଇନ୍ ପରୀକ୍ଷା ଦାବି ନେଇ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ

0
4

ବ୍ରହ୍ମପୁର,୩୦/୦୩/୨୧/(ମହାରାଣୀ ନ୍ୟୁଜ୍):
ଦୁଇ ଦିନପରେ ସେମିଷ୍ଟାର ପରୀକ୍ଷା । କିନ୍ତୁ ଆଜି ପରିକ୍ଷା ଜନିତ ସମସ୍ୟାକୁ ନେଇ କଲେଜ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ସହ ଧାରଣା । ବ୍ରହ୍ମପୁର ସ୍ୱୟଂ ଶାସିତ ଖଲ୍ଲିକୋଟ ମହାବିଦ୍ୟାଳୟ କଲେଜ
ସ୍କୁଲର ଫାଟକରେ ଛାତ୍ରଛାତ୍ରୀ ତାଲା ପକାଇ ବିକ୍ଷୋଭ କରୁଛନ୍ତି । ସେମାନଙ୍କ ଅଭିଯୋଗ ଯେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଅନଲାଇନ କ୍ଳାସ କରାଯାଇଥିଲା ଏବଂ ହେବାକୁ ଥିବା ପରିକ୍ଷା ମଧ୍ୟରୁ କୋର୍ସ ମଧ୍ୟ ସଂପୂର୍ଣ୍ଣ ପାଠ ପଢାଯାଇ ନଥିବା ବେଳେ ଆସନ୍ତା ୧୯ତାରିଖରେ ଅଫଲାଇନରେ ପରୀକ୍ଷା କରାଯିବ ତାହା କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଗଣ । ଅନଲାଇନରେ ହିଁ ପରିକ୍ଷା କରିବାକୁ ଦାବୀ କରିଛନ୍ତି ଛାତ୍ରଛାତ୍ରୀ । ଏହାର ସ୍ଥାୟୀ ସମାଧାନ ନ ପାଇଁ କଲେଜ କତ୍ତୃପକ୍ଷ ୭ଦିନ ସମୟ ନେଇ ଥିବାରୁ ଧାରଣା ରୁ ଉଠିଥିଲେ ଛାତ୍ରଛାତ୍ରୀ । ଯଦି ୭ଦିନ ମଧ୍ୟରେ ସମସ୍ୟା ର ସମାଧାନ ନ ହୁଏ ତେବେ ଆଗକୁ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ଅବଗତ ଅଛନ୍ତି ଅଧ୍ୟକ୍ଷା , ଯାହା ସରକାରଙ୍କ ନିୟମ ରହିଛି, ତାହା କାର୍ଯ୍ୟକାରୀ ହେଉଛି, ଛାତ୍ରଛାତ୍ରୀଙ୍କ ଦାବୀକୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷା ଉତ୍ତମା ଜେନା ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here