ପୁଅ ର ଛୁରା ମାଡ଼ରେ ବାପା ମୃତ , ଥାନରେ ଅଟକ ପୁଅ

0
13

ଗୋପାଳପୁର, (ମହାରାଣୀନ୍ୟୁଜ୍ ): ଗୋପାଳପୁର ଅନ୍ତର୍ଗତ ଭକ୍ତ ସାଲବେଗ ନଗରରେ ଦିନ ପ୍ରାୟ ସାଢେ଼ ଏଗାରଟା ସମୟରେ ପୁଅର ଛୁରା ମାଡ଼ରେ ବାପା ସରୋଜ କୁମାର ନନ୍ଦ ବୟସ ୬୫ଙ୍କ ମୃତ୍ୟୁ ହୋଇଛି । ସୂଚନା ଥାଉ କି ଭକ୍ତ ସାଲବେଗ ନଗରରେ ୩ ବର୍ଷ ହେଲା ରହୁଥିବା ଅବସର ପ୍ରାପ୍ତ କୃଷି ବୈଜ୍ଞାନିକ ସରୋଜ କୁମାର ନନ୍ଦ ନିଜ ପରିବାର ସହ ରହି ଆସୁଥିଲେ । ପରିବାର ଦୀର୍ଘ ଦିନ ହେଲା ପାରିବାରିକ ଅଶାନ୍ତ ରହୁଥିବା ବେଳେ ଗୁରୁବାର ସକାଳେ କୌଣସି କାରଣ କୁ ନେଇ ପୁଅ ଆଶିଷ ନନ୍ଦ ବୟସ ୩୨ ଓ ବାପା ସରୋଜ ନନ୍ଦଙ୍କ ସହ ଯୁକ୍ତିତର୍କ ହୋଇଥିଲା । ବାପା ବହୁ ବର୍ଷାର ପୁରୁଣା ଆଯୁବାଜୁ ଜିନିଷ ପତ୍ର ଘରେ ସାଇତି ରଖିଥିବାବେଳେ ପୁଅ ଆଜୁବଜୁ ଜିନିଷ ପତ୍ର ନ ରଖିବା ପାଇଁ ବିରୋଧ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅଶାନ୍ତ ରହୁଥିବା ଜଣାପଡିଛି । ଗୁରୁବାର ଦିନ ତାହାକୁ ନେଇ ଦୁଇଜଣ ମଧ୍ୟରେ ପାଟି ତୁଣ୍ଡ ହେବାରୁ ପୁଅ ରାଗରେ ଡାଇନିଂଟେବୁଲ୍ ଉପରେ ଥିବା ଏକ ଧାରୁଆ ଛୁରୀରେ ବେକକୁ କାଟି ଦେଇଥିଲା ପରେ ବାପା ରକ୍ତରେ ଯୁଡ଼ିବୁଡୁ ଦେଖି  ୧୦୮ ଆମ୍ବୁଲାନ୍ସକୁ ଡକାଇ ବ୍ରହ୍ମପୁର  ମେଡ଼ିକାଲ ନେଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା। ଏ ନେଇ ବଡ ମେଡିକାଲ୍ ଡ଼ାକ୍ତର ଅଜୟ ନାରାୟଣ ଦାସ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ଘଟଣା ସ୍ଥଳରେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ବ୍ରହ୍ମପୁର ସାଣ୍ଟିଫିକ୍ ଏ ଏସ ଓ ପ୍ରଭାତୀ ପଟ୍ଟନାୟକଙ୍କ ଦଳ ପହଞ୍ଚି ତଦନ୍ତ କରି ରକ୍ତ ନମୁନା, ରକ୍ତ ଭିଜା ଲୁଗା, ବେଡ଼ସିଟ ଓ ଛୁରା ଜବତ କରିଛି । ଏନେଇ ଗୋପାଳପୁର  ଥାନାରେ କେସ ନଂ ୬୮/୨୧ରେ ଧାରା ୩୦୨ ରେ  ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଆଶିଷକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ସରୋଜ ନନ୍ଦ ପଞ୍ଜାବ ରାଜ୍ୟ ଲୁଧିଆନାରେ କୃଷି ବୈଜ୍ଞାନିକ ଥିଲେ ୨୦୧୭ ମସିହାରେ ସେ ଅବସର ଗ୍ରହଣ କରିଥିଲେ। ଆଶିଷ ନନ୍ଦ ସଫ୍ଟୱେର କମ୍ପାନୀରେ କାମ କରୁଥିବା ଜଣାପଡିଛି।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here