ବେଳାଭୂମି ଖାଁ ଖାଁ ,ପୋଲିସ ପେଟ୍ରୋଲିଂ କଡ଼ାକଡ଼ି ;୭ ଦିନ ବେଳାଭୂମି ବାରଣ ସହ ଜୋରିମାନା ଆଦାୟ

0
7

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): କରୋନା ଦ୍ୱିତୀୟ ଲହରୀ ସଂକ୍ରମିତ ହେଉଥିବାରୁ ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେ ବେଳାଭୂମି କୁ ୨୧ ତାରିଖ ପର୍ଯ୍ୟନ୍ତ ବାରଣ କରିଛନ୍ତି। ତେଣୁ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ସ୍ଥାନୀୟ ଗୋପାଳପୁର କଲେଜ ଛକ ଠାରେ ମାସ୍କ ଯାଞ୍ଚ କଡାକଡି କରାଯିବା ସହ ପର୍ଯ୍ୟଟକଙ୍କୁ ବେଳାଭୁମିକୁ ବାରଣ କରାଯାଇଛି। ଆଜି ସନ୍ଧ୍ୟାରେ ବହୁ  ପର୍ଯ୍ୟଟକ ବେଳା ଭୂମି ମୁହା ହୋଇଥିବା ବେଳେ କଲେଜ ଛକ ଠାରୁ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ପରିଚୟ ପତ୍ର ଦେଖି ଛଡାଯାଉଥିବା ଦେଖିବାକୁ ମିଳିଛି।ମାସ୍କ ପିନ୍ଧି ନ ଥିବା ଅମାନିଆ ଙ୍କ ଠାରୁ ୩୨୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଥାନା ଓ ଏନ୍ ଏ ସି ମିଲିତରେ ବେଳାଭୂମିରେ କଡାକଡି ପେଟ୍ରୋଲିଂଙ୍ଗ କରାଯାଉ ଥିବା ଦେଖିବାକୁ ମିଳିଛି। ବେଳାଭୂମି ଖାଁ ଖାଁ । ଏସ ଆଇ ମହେନ୍ଦ୍ର କୁମାର ବେହେରା,ଅନିସ୍ ଖାନ୍, ରଞ୍ଜନ କୁମାର ପାଣିଙ୍କ ସମେତ ତିନି ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here