ମୃତଛାତ୍ରୀଙ୍କ ପରିବାରକୁ ସହାୟତା…

0
7

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):
ଗୁରୁ ଛାତ୍ର କଲ୍ୟାଣ ପାଣ୍ଠି ପକ୍ଷରୁ ହଳଦିଆପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୃତ ଷଷ୍ଠ ଶ୍ରେଣୀ ଛାତ୍ରୀ ସ୍ବାତୀ ସାହୁଙ୍କମାଆ ସନ୍ତୋଷିନୀ ସାହୁଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆର୍ଥିକ ସହାୟତା ପ୍ରଦାନ ବେଳେ ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼. ପ୍ରଭାତୀ ମହାପାତ୍ର , ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ରଥ , ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ସେନାପତି ଓ ହଳଦିଆପଦର ସରପଞ୍ଚ ଏସ୍.ରାଜେଶ୍ଵରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କି ସ୍ବାତୀ ସୋମବାର ଦିନ ଘରୋଇ କଳିକୁ କେନ୍ଦ୍ର କରି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here