ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ

0
8

ରାଜ୍ୟ ସରକାର କେବଳ ପୋଲିସ ଦ୍ୱାରା ମୋତେ ନାନା ହଇରାଣ କରୁଛନ୍ତି:ବିଧାୟକ

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):
ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ସମେତ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ହାଜର ହୋଇଥିଲେ। ଗତ ୨୪ ତାରିଖରେ ବୈଦ୍ୟନାଥପୁର ଥାନାରେ ଚାକିରୀ ଦେବା ନାଁରେ ୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା ।ଭଞ୍ଜନଗର ନିକଟ ଘୁ.ନୁଆଗାଁର କାର୍ତ୍ତିକ ପ୍ରଧାନ ନାମକ ଜଣେ କନେଷ୍ଟବଳ ତାଙ୍କ ପୁଅକୁ ନିଯୁକ୍ତି ଦେବା କହି ଟଙ୍କା ନେଇଥିବା ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ  । ଏହି ଅଭିଯୋଗରେ ଆଜି ପ୍ରଦୀପ, ଅଭୟ ଓ ଆକାଶ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ  ହାଜର ହୋଇଥିଲେ । ଏହି ଅଭିଯୋଗର ନିଜେ ପ୍ରଦୀପ ଓ ତାଙ୍କ ଓକିଲ କୋର୍ଟରେ ଯୁକ୍ତି ରଖିଥିଲେ । ତେବେ ତାଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ ଶୁଣାଣୀ ଶେଷ ହୋଇଥିଲା ଯାହା ଫଳରେ କୋର୍ଟ ରାୟ ପ୍ରକାଶ କରିନାହିଁ । ତେଣୁ ଆଜି ବ୍ରହ୍ମପୁର ଜେଲ୍ ରେ ରାତି କାଟିବେ ବିଧାୟକ । ପୁରା ମାମଲା ବିଚାରାଧୀନ ରହିଛି ।ଅନ୍ୟପଟେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ମୋ ନିର୍ବାଚନ ମଣ୍ଡଳୀ ଲୋକଙ୍କ ମୁଁ ସେବା କରିପାରିନାହିଁ। ରାଜ୍ୟ ସରକାର କେବଳ ପୋଲିସ ଦ୍ୱାରା ମୋତେ ନାନା ହଇରାଣ କରୁଛନ୍ତି । ରାଜନୀତି ର ଦୀର୍ଘ ବର୍ଷ ଭିତରେ ମୋ ନାମରେ ଗୋଟିଏ ବି ଅଭିଯୋଗ ହେଇନଥିଲା । କିନ୍ତୁ ବର୍ତ୍ତମାନ କାହିଁକି ବାରମ୍ବାର ଏତଲା ହେଲା । କନେଷ୍ଟବଲ ଏବଂ ମୋ ନିଜର ପିଓଏସ ଦ୍ୱାରା ଏମିତି କେସ୍ ଜାଣିଶୁଣି କରାଯାଉଛି । ଯାହା କେସ୍ ଲଦୀବାର ଅଛି ଏକାଥରେ ଲଦି ଦିଅ । ଏମିତି ବାରମ୍ବାର ମିଛ ଏଫ୍.ଆଇ ଆର୍ କରାନଯାଉ। ମୁଁ ବରଂ ରାଜ୍ୟ ବାହାରକୁ ଚାଲିଯିବି। କିନ୍ତୁ ମୋତେ ଏଥିରୁ ମୁକ୍ତି ଦିଆଯାଉ । ସେପଟେ ଗୋଟିଏ ପରେ ଗୋଟିଏ ମାମଲା ପ୍ରଦୀପ ନାଁରେ ପୋଲିସ ପକ୍ଷରୁ ଲଗା ଯାଉଥିବାରୁ ଏହିସବୁ ମିଥ୍ୟା ମାମଲ ଯୋଡାଯାଉଥିବା କହିଛନ୍ତି ତାଙ୍କ ଓକିଲ ଦୀପକ ପଟ୍ଟନାୟକ । ଏନେଇ ବିଧାୟକ ନିଜେ ଓ ତାଙ୍କ ଓକିଲ କୋର୍ଟରେ ଯୁକ୍ତି ରଖିଛନ୍ତି  ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here