ଲାଞ୍ଚ ମାଗିଲେ ଫୋନ କର …

0
10

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଏଣିକି ଘର ଦେବା ନାଁରେ କୌଣସି ଅଧିକାରୀ ଲାଞ୍ଚ ମାଗିଲେ ହିତାଧିକାରୀ ସିଧାସଳଖ ଭିଜିଲାନ୍ସ ବିଭାଗ କୁ ଫୋନ କରି ଜଣାଇପାରିବେ | ଏଥିପାଇଁ ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଭିଜନରେ ସ୍ୱତନ୍ତ୍ର ଫୋନ ନମ୍ବର ଜାରି କରାଯାଇଛି |ଗୁରୁବାର ଦିନ ଭିଜିଲାନ୍ସ ନିର୍ଦ୍ଧେଶକ ଆର . ପି ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ରେ ଏନେଇ ସୂଚନା ଦେଇଛନ୍ତି |ଭିଜିଲାନ୍ସ କୁ ଲାଞ୍ଚ ମାମଲାରେ ସୂଚନା ଦେବା ପାଇଁ କଟକ ପାଇଁ 0671-2305682, ଭୁବନେଶ୍ୱର ପାଇଁ 0674-2397748, ବ୍ରହ୍ମପୁର ପାଇଁ 0680-2282300, ସମ୍ବଲପୁର ପାଇଁ 0663-2412115, ବାଲେଶ୍ୱର ପାଇଁ 06782-255005, କୋରାପୁଟ ପାଇଁ 06854-233330, ଓ ଭିଜିଲାନ୍ସ ମୁଖ୍ୟାଳୟ ପାଇଁ 0671-2305988 ନମ୍ବର ଜାରି କରାଯାଇଛି |

ରିପୋର୍ଟ / ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here