ପ୍ରକାଶିତ ପରୀକ୍ଷା ଫଳା ଫଳକୁ ନେଇ ଖଲ୍ଲିକୋଟ କଲେଜ ଛାତ୍ରଛାତ୍ରୀ ଅସନ୍ତୋଷ ;କଲେଜ ମୁଖ୍ୟ ଗେଟ୍ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

0
26

ବ୍ରହ୍ମପୁର, ୧୬/୦୪/୨୧/(ମହାରାଣୀ ନ୍ୟୁଜ ): ପ୍ରକାଶିତ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳା ଫଳକୁ ନେଇ ଖଲ୍ଲିକୋଟ କଲେଜ ର ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରଛାତ୍ରୀ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । କଲେଜ ମୁଖ୍ୟ ଗେଟ୍ ରେ ତାଲା ପକାଇ ଧାରଣା ଦେଇଛନ୍ତି ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରଛାତ୍ରୀ । ସୂଚନାଯୋଗ୍ୟ କି କୋରନା ପ୍ରକୋପ ପାଇଁ ଗତ ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ତେବେ ବର୍ଷ ତମାମ ଶିକ୍ଷାନୁଷ୍ଠାନ ଖୋଲା ନଥିବା ଫଳରେ ବୋର୍ଡ ପରୀକ୍ଷା ବ୍ୟତୀତ ଅନ୍ୟ ସବୁ ପିଲାଙ୍କୁ ପାସ୍ କରିବା ପାଇଁ ଉପର ରୁ ନିର୍ଦ୍ଦେଶ ହୋଇଥିଲା । ତେବେ ୪ର୍ଥ ସେମିଷ୍ଟାର ପରୀକ୍ଷା ଚଳିତ ମାସ ୯ ତାରିଖରେ କଲେଜ ପକ୍ଷରୁ ପ୍ରକାଶ ହୋଇଥିଲା । ଫଳରେ ବହୁ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଖରାପ ହେବାରୁ ଛାତ୍ରଛାତ୍ରୀ ଙ୍କ ମହଲରେ ତ୍ରୀବ ଅସନ୍ତୋଷ ଦେଖାଦେଇଛି । ସୂଚନା ଥାଉ କି ପୂର୍ବରୁ ହୋଇଥିବା ତୃତୀୟ ସେମିଷ୍ଟାର ପରୀକ୍ଷାରେ ବହୁ ବିଦ୍ୟାଥୀ ଭଲ ମାର୍କ ମଧ୍ୟ ରଖିଥିଲେ । ସେହିପରି କୋରନା ପୂର୍ବରୁ ୪ର୍ଥ ସେମିଷ୍ଟାର ର ଇଣ୍ଟରନାଲ ପରୀକ୍ଷା ହୋଥିବା ବେଳେ ସେମିଷ୍ଟାର ପରୀକ୍ଷା ହୋଇ ପାରିନଥିଲା । ଯାହା ଫଳରେ ଉଚ୍ଚ ବିଭାଗୀୟ ନିର୍ଦ୍ଦେଶ ପ୍ରକାରେ ତୃତୀୟ ସେମିଷ୍ଟାର ଫଳାଫଳର ୫୦% ଏବଂ ୪ର୍ଥ ସେମିଷ୍ଟାର ର ଇଣ୍ଟରନାଲ୫୦% ମାର୍କ ଅନୁଯାୟୀ ୪ର୍ଥ ସେମିଷ୍ଟାର ମାର୍କ ଦିଆଯାଇଛି ବୋଲି କଲେଜ ଅଧ୍ୟକ୍ଷା ଉତ୍ତମା ଜେନା ସୂଚନା ଦେଇଛନ୍ତି । ଏ ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିବା ସହ କଲେଜ ଗେଟ୍ ରେ ତାଲା ପକାଇ ବିକ୍ଷୋଭ ମଧ୍ୟ କରିଛନ୍ତି । ସବୁ ଠୁଁ ବଡ କଥା ହେଲା ଯେ କିଛି ପିଲା ତୃତୀୟ ସେମିଷ୍ଟାର ପରୀକ୍ଷା ନ ଦେଇ କିପରି ଚତୁର୍ଥ ସେମିଷ୍ଟାରେ ପାସ୍ ହୋଇପାରିଲେ ବୋଲି ଅଭିଯୋଗ କରିବା ସହ ପ୍ରଶ୍ନ ମଧ୍ୟ କରିଥିଲେ । ତେଣୁ ଆଜି କଲେଜ ପରିସରରେ ଧାରଣା ଦେବା ସହ କଲେଜ ଅଧ୍ୟକ୍ଷାଙ୍କୁ ମଧ୍ୟ ଅଧ୍ୟକ୍ଷାଙ୍କ କାଯ୍ୟଳୟକୁ ଛାଡ଼ି ନଥିଲେ । ପରେ ପୋଲିସ ଆସି ବୁଝା ସୁଜା ପରେ ପରିସ୍ଥିତି ଶାନ୍ତ ପଡିବା ପରେ ଧାରଣା ରୁ ଉଠିଥିଲେ ଛାତ୍ରଛାତ୍ରୀ । ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ଅବଗତ ଅଛନ୍ତି ଅଧ୍ୟକ୍ଷା, ଯାହା ସରକାରଙ୍କ ନିୟମ ରହିଛି ତାହା କାର୍ଯ୍ୟକାରୀ ହେଉଛି, ଛାତ୍ରଛାତ୍ରୀଙ୍କ ଦାବୀକୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୁଇ ଦିନ ମଧ୍ୟରେ ଏହା ସମାଧାନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମସ୍ତ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷା ଉତ୍ତମା ଜେନା ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here