୩୪ ଖଣ୍ଡ ସାଇଜ କାଠ, ୮ ଖଣ୍ଡ ଶାଳ ପଟା ସହ ଟ୍ରାକ୍ଟରକୁ ଜବତ କଲା ବନ ବିଭାଗ

0
12

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ) – ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ବାଦୁଆପଲ୍ଲୀ ଗ୍ରାମରେ ଏକ ଟ୍ରାକ୍ଟର ଯୋଗେ ବେଆଇନ କାଠ ଚାଲାଣ ହେଉଥିବା ଖବର ପାଇ ଗୁରୁବାର ବିଳମ୍ବିତ ରାତିରେ ରଗଡା ଵନପାଳ ଜୀବନାନନ୍ଦ ତ୍ରିପାଠୀ ସଦଳବଳ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ରାତି ଅନ୍ଧକାରର ସୁଯୋଗ ନେଇ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ହେବାରେ ସକ୍ଷମ ହୋଇଛି। ଜବତ ଟ୍ରାକ୍ଟର ରୁ ୩୪ ଖଣ୍ଡ କଷି ସାଇଜ କାଠ ସହ ୮ ଖଣ୍ଡ ଶାଳ ପଟା ଜବତ ହୋଇଛି। ଆଜି ସକାଳୁ ଟ୍ରାକ୍ଟର ଓ କାଠ ଗୁଡିକୁ ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଛି। ଏହି ଚଢ଼ାଉରେ ସୋରଡ଼ା ପୋଲିସ,ଲାଠିପଡା ଵନପାଳ ଓ ବନ କର୍ମଚାରୀ ମାନେ ସାମିଲ ହୋଇଥିଲେ|

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here