ଆସନ୍ତା ୧୯ ତାରିଖ ଠାରୁ  ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ବିଶ୍ଵବିଦ୍ୟାଳୟ କୁ ନିର୍ଦ୍ଦେଶ , ପରୀକ୍ଷା ବାତିଲ

0
8

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆସନ୍ତା ୧୯ ତାରିଖ ସୋମବାର ଠାରୁ ଶିକ୍ଷାଅନୁଷ୍ଠାନ ଓ ହଷ୍ଟେଲ ବନ୍ଦ କରିବାକୁ ପ୍ରିନ୍ସିପଲ୍ ସେକ୍ରେଟାରୀ ସ୍ୱାସତ୍ ମିଶ୍ର ଚିଠି ନଂ ୧୭୬୭୬ ରେ ୧୬/୪ /୨୧ ତାରିଖ ରେ ବିଶ୍ଵବିଦ୍ୟାଳୟ କୁ  ନିର୍ଦ୍ଦେଶ ହୋଇଥିବା କୁଳସଚିବ ରଞ୍ଜନ କୁମାର ବିଶ୍ବାଳ କହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ୫୦% ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଙ୍କୁ ନେଇ କାମ କରାଯିବ।ସମସ୍ତ କର୍ମଚାରୀ ମାନେ ହେଡ୍ କ୍ୱାଟର ରହିବାକୁ କୁହାଯାଇଛି। ଆସନ୍ତା କାଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି କହିଛନ୍ତି।  ଚଳିତ ମାସ ରେ ହେବାକୁ  ଥିବା ସମସ୍ତ  ପରୀକ୍ଷା କୁ ବାତିଲ କରାଯାଇଛି। ଚଳିତ ମାସ ୨୦ ତାରିଖ ରେ ଆରମ୍ଭ ହେବାକୁ ଥିବା +୩ ୩ ୟ ସେମିଷ୍ଟର ପରୀକ୍ଷା, ଏମ୍ ଇ ଡି ୨ୟ ସେମିଷ୍ଟର, ବି ଇ ଡି, ଏଲ ଏଲ ବି ୩ ୟ ଓ ୫ମ ସେମିଷ୍ଟର ପରୀକ୍ଷାା ବାତିଲ  କରାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଆସିଲେ ପରବର୍ତି ପଦକ୍ଷେପ ନିଆ ଯିବ ବୋଲି ଚିଠି ନଂ ୩୬୪୪ ୧୬/୪/୨୧ ପ୍ରକାରେ  ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here