ବାପା ର ହତ୍ୟାକାରୀ  ପୁଅ କୋର୍ଟ ଚାଲାଣ

0
11

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତ ସାଲବେଗ ନଗର ରେ ଗତକାଲି ଅବସର ପ୍ରାପ୍ତ କୃଷି ବୈଜ୍ଞାନିକ  ସରୋଜ କୁମାର ନନ୍ଦ ଙ୍କୁ ଛୁରା ମାରି ହତ୍ୟା ମାମଲାରେ ପୁଅ ଆଶିଷ ନନ୍ଦ କୁ ପୂର୍ବ ମାମଲା ୬୮/୨୧ ରେ ରୁଜୁ କରି  ଆଜି କୋର୍ଟ ଚାଲାଣ କରାଯାଇଛି। ଆଜି ମୃତ ସୋରଜ ଙ୍କ ଶବ ବ୍ୟବଛେଦ କରାଯାଇ ପରିବାର କୁ ହସ୍ତାନ୍ତର କରାଯାଇଛି। ତାଙ୍କ ପରିବାର ପକ୍ଷରୁ ଶବକୁ ଶବ ଗୃହରେ ରଖାଯାଇଛି। ଝିଅ ଜ୍ବାଇଁ ଆସିବାପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।  ସୁଚନା ଯେ ଗତକାଲି ସକାଳ ପ୍ରାୟ ସାଢେ଼ ଏଗାରଟା ବେଳେ ଅଳିଆ ଆବର୍ଜ୍ଜନା କୁ ନେଇ ପୂର୍ବରୁ ଅଶାନ୍ତ ରହୁଥିବାରୁ ଗତକାଲି ପୂର୍ବ ଭଳି  ବାପା ଓ ପୁଅ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା  ପୁଅ ରାଗରେ ବାପାର ବେକ କୁ  ଛୁରୀ ରେ ଆକ୍ରମଣ କରିଥିଲା  ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିଲା। 

 
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here