କାର୍ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ, କାର୍ ଚାଳକ ଡାକ୍ତରଙ୍କ ସହ ମା ଆହତ

0
17

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଗୋଷାଣୀନୂଆଗାଁ ନୂତନ ଭାବେ ନିର୍ମାଣଧିନ ଥାନା ତଥା ଗୁଡ୍ସ୍ ରୋଡ଼କୁ ସଂଯୋଗ କରୁଥିବା ଓଭର୍ ବ୍ରିଜ ନିକଟରେ ଶୁକ୍ରବାର ଏକ କାର୍ (ନମ୍ବର -ଓଡ଼ି-୦୨-ଏଏ-୭୪୪) ସହ ପିକ୍ ଅପ ଭ୍ୟାନ୍(ଓଡ଼ି-୦୭ଟି୮୫୦୯) ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି । ଫଳରେ କାର୍ ର ଚାଳକ ଡାକ୍ତରଙ୍କ ସହ ତାଙ୍କ କାର୍ ଭିତରେ ବସିଥିବା ମାଁ ମଧ୍ୟ ଆହତ ହୋଇ ନୁଆଁ ବସଷ୍ଟାଣ୍ଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଆହତ ଡାକ୍ତର ଜଣକ ହେଲେ ତସ୍ମିର ପ୍ରିୟଦର୍ଶିନୀ । ଅନ୍ୟପଟେ ପିକ୍ଅପ୍ ଭ୍ୟାନ୍ ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ତେବେ ପିକ୍ଅପ୍ ଭ୍ୟାନ ଟି ବିଦ୍ୟତ ବିଭାଗର ହୋଇଥିବା ବେଳେ କାର୍ ଚାଳକ ଡାକ୍ତର
ଗୋପାଳପୁର ଡାକ୍ତରଖାନାରେ ମେଡ଼ିକାଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଗୋଶାଣୀନୂଆଗାଁ ଥାନା ପୋଲିସର ସୂଚନା ଅନୁଯାୟୀ ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଭୟଙ୍କ ଗାଡିର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି ।
ଏ ସଂକ୍ରାନ୍ତରେ ଟ୍ରାଫିକ ପୋଲିସ ଗାଡ଼ି ଦୁଇଟିକୁ ଜବତ କରି ଏହାର ତଦନ୍ତ ଚଳାଇଛି । ସୂଚନା ଯୋଗ୍ୟକି ଡାକ୍ତର ତସ୍ମିର ପ୍ରିୟଦର୍ଶିନୀ ଗୋପାଳପୁର ଡାକ୍ତରଖାନା ଟୀକା ଦେବାକୁ ଗଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here