ଦୁଇ ହଜାର ଟଙ୍କା ପାଇଁ ନିରୀହ ଜୀବନ ଗଲା…

0
9

ବ୍ରହ୍ମପୁର/କବିସୂର୍ଯ୍ୟ ନଗର, (ମହାରାଣୀ ନ୍ୟୁଜ୍):
ଗାଁ ମଝି ଦାଣ୍ଡରେ ଲେବର ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କଲା ଶ୍ରମିକ, ମାତ୍ର ବାକି ଥିବା ଦୁଇହଜାର ଟଙ୍କା ନ ଦେବାରୁ ବିଭତ୍ସ ହତ୍ୟା । ଏହିପରି ଏକ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବରିଡା ଏ ଗ୍ରାମରେ । ଘଟଣା ସ୍ଥଳରୁ ମିଳିଥିବା ଖବର ଅନୁଯାୟୀ ଭାଟପଡ଼ା ଗ୍ରାମର ଟୁକୁନା ଛଟାଇ ଠିକାଦାର ଭାବେ କାମ କରି ଏ ଅଂଚଳ ରୁ ଆନ୍ଧ୍ରକୁ ଶ୍ରମିକ ପଠାଏ । ସେହିପରି ବରିଡା ଏ ଗ୍ରାମର ରାଧାକୃଷ୍ଣ ସାହୁ(୧୯) ଶ୍ରମିକ ଭାବେ ଯାଇଥିଲା କିନ୍ତୁ ସେ ୨୦୦୦ ଟଙ୍କା ପ୍ରାପ୍ୟ ପାଇବାକୁ ଥିବା ବେଳେ ଟୁକୁନା କୁ ବାରମ୍ବାର ମାଗି ନିରାଶ ହେବା ପରେ ଆଜି ସକାଳୁ ଟୁକୁନା ଶ୍ରମିକ ସଂଗ୍ରହ ପାଇଁ ଗୋବନ୍ଦପୁର ଆସିଥିବା ଜାଣି ବରିଡା ଗ୍ରାମ ଜଗନ୍ନଥ ମନ୍ଦିର ସାମ୍ନାରେ ଜଗି ଥିବା ରାଧାକୃଷ୍ଣ ଟୁକୁନାକୁ ଅଟକାଇ ବକେୟା ଟଙ୍କା ମାଗିଥିଲା । ଟଙ୍କା ପରେ ଦେବି କହିବାରୁ ହଠାତ୍ ପୂର୍ବ ପ୍ରସ୍ତୁତ ପ୍ରକାରେ ଛୁରୀରେ ଭୁସି ଆକ୍ରମଣ କରିଥିଲା । ଖସି ପଳାଇବାକୁ ଉଦ୍ୟମ କରିବାପରେ ତାକୁ ବାରମ୍ବାର ଛୁରୀରେ ମାରି ତା ଉପରେ ବସି ଅନ୍ତନଳୀ ବାହାର କରି ରାସ୍ତାରେ ଫିଙ୍ଗି ବିଭତ୍ସ ଭାବେ ହତ୍ୟା କରିବା ଘଟଣା ସ୍ତବ୍ଧ କରିଛି। ଖବର ପାଇ ବାଲିଛାଇ ଫାଣ୍ଡି ଅଧିକାରୀ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ପହଂଚି ଆସାମୀ ରାଧାକୃଷ୍ଣକୁ ଗିରଫ କରିବା ପରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଥିବା ଜଣାଯାଇଛି। ଶଵ ଜବତ କରିବା ସହ ମୃତକ ର ବାପା ଜୟରାମ ଛଟାଇ ଏତଲା ଦେବା ପରେ ଥାନା କେସ ନଂ ୧୩୮/୨୧ ପ୍ରକାରେ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here