ନାଇଟ କର୍ଫ୍ୟୁ ସମୟରେ କେଉଁ ମାନଙ୍କୁ ଯିବା ଆସିବା ପାଇଁ ମିଳିବ ଅନୁମତି ?

0
5

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ବର୍ତ୍ତମାନ ସମୟରେ କରୋନା ର ଦ୍ଵିତୀୟ ଲହରୀ ଖୁବ ଦ୍ରୁତ ବେଗରେ ବଢିଚାଲିଛି |ଏହାକୁ ରୋକିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ମାନ ଗ୍ରହଣ କରୁଛି |ବର୍ତମାନ ପରିସ୍ଥିତିକୁ ଲକ୍ଷ କରି ପ୍ରଶାସନ 20ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଏବଂ ସାପ୍ତାହିକ ସଟଡାଉନ କରିଛି |ତେବେ କର୍ଫ୍ୟୁ ଏବଂ ସଟଡାଉନ ସମୟରେ ଜରୁରୀକାଳୀନ ସେବା ଗୁଡିକ ମହଜୁଦ ରହିବ ବୋଲି ଉଲ୍ଲେଖ କରାଯାଇଛି ଏବଂ ଜରୁରୀକାଳୀନ ସେବା ଗୁଡିକରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ନିଜ ନିଜର ପରିଚୟ ପତ୍ର ପ୍ରଦାନ କରି କାର୍ଯ୍ୟ କରିପାରିବେ ବୋଲି ପ୍ରଶାସନ ଜଣାଇଦେଇଛି |ଯେପରିକି ସମସ୍ତ ଡାକ୍ତରୀ ଚି଼କିସ୍ଛା ସେବା ସଂସ୍ଥା (ସରକାରୀ ଓ ବେସରକାରୀ ) ନିଜ ପରିଚୟ ପତ୍ର ପ୍ରଦାନ କରି କାର୍ଯ୍ୟରତ ହୋଇପାରିବେ |ଔଷଧ ଗଚ୍ଛିତ କେନ୍ଦ୍ର ଓ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ବାଣିଜ୍ୟ ଅନୁମତି ପତ୍ର ପ୍ରଦାନ କରିବେ |କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ କର୍ମଚାରୀ ତଥା ଜିଲ୍ଲା ଓ ପୌର କର୍ମଚାରୀ ଯେଉଁମାନେ ଜରୁରୀକାଳୀନ କର୍ତବ୍ୟର ଯାଇଥିବେ ସେମାନେ ପରିଚୟ ପତ୍ର କିମ୍ବା ତାଙ୍କ ବିଭାଗୀୟ ମୁଖ୍ୟଙ୍କର କୌଣସି ପ୍ରାଧିକାର ପତ୍ର ପ୍ରଦାନ କରିବେ |ତାର ଓ ବେତାର ସେବା ସଂସ୍ଥା କର୍ମଚାରୀ ମାନେ ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରିବେ |ତୈଳ (ପେଟ୍ରୋଲ ଓ ଡିଜେଲ )ଗଚ୍ଛିତ କେନ୍ଦ୍ର ଓ ସିଏନଜି ଗ୍ୟାସ ବିତରକ ସଂସ୍ଥା କର୍ମଚାରୀ ତାଙ୍କ ପରିଚୟ ପତ୍ର କିମ୍ବା ତାଙ୍କ ବିଭାଗୀୟ ପ୍ରାଧିକାର ପତ୍ର ପ୍ରଦାନ କରିବେ |ସାମ୍ବାଦିକ ମାନେ ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରିବେ |ପାନୀୟ ଜଳ ଯୋଗାଣ , ସଫେଇ ସଂସ୍ଥା ଓ ପରିମଳ ସଂସ୍ଥା ସେମାନଙ୍କ ପରିଚୟ ପତ୍ର କିମ୍ବା ତାଙ୍କ ବିଭାଗୀୟ ପ୍ରାଧିକାର ପତ୍ର ଅର୍ପଣ ପତ୍ର ପ୍ରଦାନ କରିବେ |ବିଦ୍ୟୁତ ବିତରକ ସଂସ୍ଥା ପରିଚୟ ପତ୍ର କିମ୍ବା ତାଙ୍କ ବିଭାଗୀୟ ପ୍ରାଧିକାର ଅର୍ପଣ ପତ୍ର ପ୍ରଦାନ କରିବେ |ଶିଳ୍ପ ସଂସ୍ଥା /କାରଖାନା /ନିର୍ମାଣ କାର୍ଯ୍ୟ ସଂସ୍ଥା ଓ ତାହାର କର୍ମଚାରୀ ପରିଚୟ ପତ୍ର କିମ୍ବା ତାଙ୍କ ବିଭାଗୀୟ ପ୍ରାଧିକାର ଅର୍ପଣ ପତ୍ର ପ୍ରଦାନ କରିବେ |ଶିଳ୍ପ ସେବା /ପ୍ରଯୁକ୍ତି ବିଦ୍ୟା /ପ୍ରୟୋଗ ବିଜ୍ଞାନ ପ୍ରଦାନ କାରୀ ସଂସ୍ଥା ଓ ହୋଟେଲ କିମ୍ବା ଆତିଥ୍ୟ ପ୍ରଦାନ କାରୀ ସଂସ୍ଥା ପରିଚୟ ପତ୍ର କିମ୍ବା ତାଙ୍କର ବିଭାଗୀୟ ପ୍ରାଧିକାର ଅର୍ପଣ ପତ୍ର ପ୍ରଦାନ କରିବେ |ଜନସାଧାରଣ ପରିବହନ /ବ୍ୟକ୍ତିଗତ କିମ୍ବା ବେସରକାରୀ ପରିବହନ ତଥା ଟାକ୍ସି ,ଓଲ୍ଲା ,ଉବେର ,ତଥା ଯାତ୍ରୀଙ୍କର ବିମାନ ବନ୍ଦର ,ରେଳ ଷ୍ଟେସନ ,ବସ ଷ୍ଟାଣ୍ଡ କୁ ଯିବା ଆସିବା କରିବା ନିମନ୍ତେ ଉପଯୁକ୍ତ ପ୍ରମାଣ ପତ୍ର ରେଳ ,ବସ ,ଉଡ଼ାଜାହାଜ ଟିକେଟ କିମ୍ବା ବୋର୍ଡିଙ୍ଗ ପାସ ପ୍ରଦାନ କରିବେ |ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ମାନଙ୍କ ଗତିବିଧି ଜରୁରୀକାଳୀନ ଗନ୍ତବ୍ୟ ଦୃଷ୍ଟିରୁ ବିଚାର କରାଯିବା ଉଚିତ ବୋଲି ପ୍ରଶାସନ ପକ୍ଷ ରୁ ସୂଚନା ପ୍ରଦାନ କରାଯାଇଛି |

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here