ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
11

ବ୍ରହ୍ମପୁର,୧୭/୦୪/୨୧/(ମହାରାଣୀ ନ୍ୟୁଜ୍): ଓଡ଼ିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ ମଧ୍ୟ ପାଳନ ହୋଇଥିଲା । ଦଳ ପକ୍ଷରୁ କର୍ପୋରେସନ ରୋଡ଼ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । କରୋନାକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତା ପାଳନପୂର୍ବକ ଦଳ ପକ୍ଷରୁ ସାମୂହିକ ଭାବେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରା ଯାଇନଥିଲା । ତେଣୁ ବିଜୁପ୍ରେମୀ ମାନେ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି । ପ୍ରତିବର୍ଷ ଦଳ ପକ୍ଷରୁ ବିଜୁବାବୁଙ୍କ ଯେ କୌଣସି କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର, ରୋଗୀଙ୍କୁ ଫଳ ବଣ୍ଟନ ଭଳି କିଛି ନା କିଛି କାର୍ଯ୍ୟକ୍ରମ ହେଉଥିଲେ ସୁଦ୍ଧା ଚଳିତ ବର୍ଷ କଟକଣା ଯୋଗୁଁ ଏଭଳି କାର୍ଯ୍ୟକ୍ରମ କରାଯାଇ ନଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତା ଭଗବାନ ଗନ୍ତାୟତ, ଜୀବନ ବିନ୍ଦୁ ରାଜ୍ୟ ସମ୍ପାଦକ ସୁବାସ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ବିଜେଡି ଉପ ସଭାପତି ସଞ୍ଜିତ ପାଣିଗ୍ରାହୀ, ପୂର୍ବତନ କର୍ପୋରେଟର ଅନିଲ ନାୟକ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ମହାନଗର ବିଜେଡ଼ି ସଭାପତି ଅଜିତ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ପଣ୍ଡା, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ମୋଦନ ଦଳାଇ, ତାପସ କୁମାର ସାହୁ, କାହ୍ନୁ ପାତ୍ର, ସୁରେନ୍ଦ୍ର ମହାରଣା, ତେଜସ୍ୱର ସ୍ୱାମୀ,ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତି ଚାରଣ କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here