ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ପାଳନ

0
13

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଭଞ୍ଜନଗର ବାଉଁଶଲୁଣ୍ଡି ଠାରେ ଥିବା ବିଜୁସୃତି ସଂସଦ ପକ୍ଷରୁ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଙ୍କ ନେତୃତ୍ୱରେ କୋଭିଡ଼ କଟକଣା ମଧ୍ୟରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି। ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଓଡ଼ିଆ ଜାତିର ସ୍ୱାଭିମାନ, ମହାନ ଜନ ନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ସୃତି ଚାରଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ବ୍ଲକ ସାଂସଦ ପ୍ରତିନିଧି ଦିବାକର ନାୟକ,ବାବୁଲା ଆରୁଖ,ସାମାଜିକ କର୍ମୀ ଶୂଳପାଣି ଶତପଥୀ, ପଞ୍ଚାନନ ପାଳ ଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ବିଜୁ ବାବୁ ଙ୍କ ସୃତି ଚାରଣ କରିଥିଲେ। ସେହିପରି ସ୍ଥାନୀୟ ତହସିଲ ଛକ ଠାରେ ମଧ୍ୟ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ସୃତିଚାରଣ କରାଯାଇଥିଲା। ଏହି ଅବସରରେ ବିଜେଡ଼ିର ବହୁ ନେତା, କର୍ମୀ ଓ ବୃଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ବସଷ୍ଟାଣ୍ଡ ନିକଟରେ ଥିବା ପ୍ରବାଦ ପୁରୁଷ,ଭୂମିପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଠାରେ ଜଗନ୍ନାଥ ପ୍ରସାଦ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ମୋହନ ପ୍ରଧାନ ଙ୍କ ନେତୃତ୍ୱରେ କୋଭିଡ କଟକଣା କୁ କଡାକଡି ଭାବେ ପାଳନ କରି ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ପାଳନ କରିବ ସଙ୍ଗେ ସଙ୍ଗେ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଜଗନ୍ନାଥ ପ୍ରସାଦ ବ୍ଲକ ସାସଂଦ ପ୍ରତିନିଧି ବିପ୍ର ଚରଣ ବାରିକ,ଉପାଧକ୍ଷ ହିମାଂଶୁ ଶେଖର ବାରିକ, ଜିଲ୍ଲାପରିଷଦ ସଦସ୍ୟ ଡ଼ଃ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ, ଝାଡ଼ାଭୂମି ସରପଞ୍ଚ ପ୍ରତିନିଧି ଭାଗିରଥି ମାଝି,ଜଗନ୍ନାଥ ପ୍ରସାଦ ସରପଞ୍ଚ ଦେବୀପ୍ରସାଦ ମହାପାତ୍ର,ପଂଚାୟତ ସମିତିର ଅଧକ୍ଷା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅନାଦି ଚରଣ ବେହରା,ପୂର୍ବତନ ବିଜେଡି ସଭାପତି କବିସୂର୍ଯ୍ୟ ବେହେରା, ଯୁଗଳ ବେହେରା,ମାନସ କୁମାର ପରିଛା,କୁରୁତେଇ ପଂଚାୟତ ସମିତି ସଭ୍ୟ ପ୍ରଶାନ୍ତ କୁମାର ନାୟକ, ଗଣ୍ଡାଧର ସରପଞ୍ଚ ଙ୍କ ପ୍ରତିନିଧି ବିଜୟ କୁମାର ନାୟକ,ବୁଲୁ ବେହେରା, ଗୌରାଙ୍କ ପଟ୍ଟନାୟକ, ଚାମୁଣ୍ଡା ସରପଞ୍ଚ ବସନ୍ତ କୁମାର ପ୍ରଧାନ ଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେହିପରି ଭାବେ ଜଗନ୍ନାଥ ପ୍ରସାଦ ବ୍ଲକର ବୁଡ଼ୁରୁଙ୍ଗୁ ଗ୍ରାମ ପଂଚାୟତ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ରେ ସରପଞ୍ଚ ଶ୍ରୀଯୁକ୍ତ ଧ୍ରୁବ ଚରଣ ବେହେରା, ଯୁଗଳ ପାତ୍ର , ରବୀନ୍ଦ୍ର ଆଲତିୟା , କବିରାଜ ପାତ୍ର , ଶଙ୍କର ମଲ୍ଲିକ, ବାବୁ ପାତ୍ର , ଭଗବାନ ଆଲତିୟା, ରମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here