ବ୍ରହ୍ମପୁର ରେ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ

0
10

ବ୍ରହ୍ମପୁର ,୧୮/୦୪/୨୧/( ମହାରାଣୀ ନ୍ୟୁଜ୍) : ବ୍ରହ୍ମପୁର ସହରରେ ଶନିବାର ରାତି ୯ ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ପ୍ରଥମ ରାତିରୁ ହିଁ କର୍ଫ୍ୟୁ କଡ଼ାକଡ଼ି ପାଳନ କରାଯାଇଛି । ବ୍ରହ୍ମପୁର ଏସପି ପିନାକ ମିଶ୍ର ଏବଂ ଏସଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପାଟ୍ରୋଲିଂରେ ସହର ସାରା ବୁଲି ଦୋକାନ ବଜାର ବନ୍ଦ କରିଥିଲେ । ପୂର୍ବରୁ କର୍ଫ୍ୟୁ ନେଇ ଘୋଷଣା ହୋଇଯାଇଥିବାରୁ ସହରର ଅଧକାଂଶ ବଜାର ନିଦ୍ଧାରିତ ସମୟ ପୂର୍ବରୁ ହିଁ ବନ୍ଦ ହୋଇଯାଇଥିଲା । ଅନ୍ନପୂର୍ଣ୍ଣା ବଜାର , ଅର୍ବାନ ବ୍ୟାଙ୍କ ରୋଡ , ମୟୁରୀ ଟାୱାର , ହନୁମାନ ବଜାର , ବଡ଼ବଜାର , ସାନ ବଜାର ଏବଂ ଗଣେଶ ମାର୍କେଟ ରାତି ୯ଟା ପୂର୍ବରୁ ବନ୍ଦ ହୋଇଯାଇଥିବା ଦେଖୁବାକୁ ମିଳିଥିଲା । କର୍ଫ୍ୟୁ ବେଳେ ସହରର ପ୍ରମୁଖ ଛକଗୁଡ଼ିକରେ ମଧ୍ୟ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଅଯଥାରେ ବୁଲାବୁଲି କରୁଥିବା ଗାଡ଼ି ଚାଳକଙ୍କୁ ଧରି ତାଗିଦ କରି ଛାଡ଼ିଦିଆଯାଇଛି । ଏସଂପର୍କରେ ବ୍ରହ୍ମପୁର ଏସ୍‌ପି ପିନାକମିଶ୍ର କହିଛନ୍ତି ଯେ , ବିଗତ ଦିନରେ ମଧ୍ୟ ରାତ୍ରି କର୍ଫ୍ୟୁ ଲାଗୁହୋଇଥିଲା । ଚଳିତ ଥର ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୭ଟି ଚେକ୍‌ ପୋଷ୍ଟ ସ୍ଥାପନ କରାଯାଇଛି । ଏଠାରେ ସମସ୍ତ ଗାଡ଼ି ଲାଗୁ ମୋଟର ଗାଡ଼ି ଯାଞ୍ଚ କରାଯିବ ।
ନାଇଟ୍ କର୍ଫ୍ୟୁ ନେଇ ବିଏମ୍‌ସି ପକ୍ଷରୁର ଏକି ଏସ୍ଓପି ଜାରି ହୋଇଛି । ଜିଲ୍ଲା ଓ ବିଏମ୍‌ସି ପ୍ରଶାସନ , ପୁଲିସ ଏବଂ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ନାହିଁ । ଡାକ୍ତର , ସ୍ବାସ୍ଥ୍ୟ କର୍ମୀ ଓ ପାରମେଡିକାଲ ଷ୍ଟାଫଙ୍କୁ ଲାଗୁ ହେବ ନାହିଁ କର୍ଫ୍ୟୁ । ଇଲେଟ୍ରିସିଟି , ଟେଲିକମ୍ , ଜଳ ଯୋଗାଣ , ସଫେଇ ଓ ସେଲ୍ ସେବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ । ସେହିପରି ଆଇଟି ସେକ୍ଟର କର୍ମଚାରୀ ପରିଚୟପତ୍ର ଦେଖାଇବେ , ଜରୁରୀକାଳୀନ ସେବା ଓ ମେଡିକାଲ , ଔଷଧ ଦୋକାନ ର କର୍ମଚାରୀ ଓ ମାଲିକ ରାତିରେ ରହିପାରିବେ । ବିମାନ ବନ୍ଦର , ରେଳ ଷ୍ଟେସନ୍ ଓ ଅନ୍ୟ ଷ୍ଟେସନ୍ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଚଳ ହୋଇପାରିବ । ହୋଟେଲ୍ ପରିଚାଳନା କରୁଥିବା ଏବଂ ସେବା ଯୋଗାଉଥିବା ବ୍ୟକ୍ତି କାମରେ ଚଳପ୍ରଚଳ କରିପାରିବେ । ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ଖୋଲା ରହିବ କିନ୍ତୁ କେବଳ ପାର୍ସଲ ଦେବାକୁ ନିୟମ ରହିଛି । ପେଟ୍ରୋଲ ପମ୍ପ ଖୋଲା ରହିବ । ଗଣମାଧ୍ୟମ ପ୍ରତିନିଧୂ ମାନେ ଯାତାୟାତ କରିପାରିବେ ।
ସେହିପରି କେବଳ ଅତ୍ୟାବଶ୍ୟକୀୟ କାଯ୍ୟ ପାଇଁ ଯାଉଥିବା ଗାଡ଼ି କୁ ଅନୁମତି ଦିଆଯିବ । ଏହାକୁ କେହି ଉଲଘଂନ କଲେ ଜୋରିମାନା ଆଦାୟ କରାଯିବ ବୋଲି ଏସ୍ ପି ପିନାକ୍ ମିଶ୍ର କହିଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here