ଆସନ୍ତା କାଲି ସରିବ ମା ଙ୍କ ଯାତ୍ରା

0
8

ବ୍ରହ୍ମପୁର, ୧୮/୦୪/୨୧/(ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ସହର ବୁଢୀ ଠାକୁରାଣୀ ଯାତ୍ରା ସରିବାକୁ ଆଉ ଦିନଟିଏ । ସୋମବାର ରାତିରେ ମା ’ ମେଲାଣି ନେବେ । କିନ୍ତୁ ଏହି ୧୦ ଦିନିଆ ଯାତ୍ରା ଭକ୍ତଶୂନ୍ୟ ହୋଇଛି । ଦେଶୀ ବେହେରା ସାହିରେ ୧୪୪ ଧାରା ଜାରି ହୋଇଥିବା ଯୋଗୁଁ ପ୍ରବେଶ ଅନୁମତି ମିଳୁନାହିଁ । ରଥ , କଳାକୁଞ୍ଜ , ମାନସିକଧାରୀଙ୍କ ବେଶ ନାହିଁ । ଯାତ୍ରା ଏକରକମ ନିରାଡମ୍ବର ହୋଇଛି । କଳକୁଞ୍ଜ ଓ ରଥ ଗୁଡ଼ିକୁ ସଜାଇବା ନିମନ୍ତେ ବିଭିନ୍ନ ସମୟରେ କଲିକତା ସହରର କାରିଗର ସମେତ ରାଜ୍ୟ ବାହାରି ଅନେକ କାରିଗର ଆସି ରଥ ନିର୍ମାଣ କାର୍ଯ୍ୟ କରିଥାନ୍ତି । ଏହି ଥର ନିର୍ମାଣ କାର୍ଯ୍ୟ ସରିଲା ପରେ ମା’ଙ୍କ ଘଟ ଉପସ୍ଥିତିରେ ରଥରେ ଥିବା ମୁତ୍ତରରେ ମୁଣ୍ଡ ସଂଯୋଗ କରହିଯାର ପରମ୍ପରା ରହିଛି । ଏଭଳି ମା’ଙ୍କ ଘଟ ପ୍ରତି ଦିନ ଗୋଟି ଗୋଟି ନୂଆଁ
ସାହିକୁ ବୁଲିବା ବିଭିନ୍ନ ରଥ ଗୁଡ଼ିକ ପୂଜା ଅର୍ଚ୍ଚନା କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ଏହି ସବୁ ସହର ବାସୀଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି । ଯାତ୍ରା ଇତିହାସରେ ଏଭଳି ପରମ୍ପରା ଭାଙ୍ଗିବା ପ୍ରଥମ ଥର ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ପ୍ରତି ଦୁଇ ବର୍ଷରେ ଥରେ ମା’ଙ୍କ ଏହି ଯାତ୍ରା ସହ ଅସ୍ଥାୟୀ ମଣ୍ଡପରେ ମା’ଙ୍କ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଦର୍ଶନ ନିମନ୍ତେ ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କ କରୋନା ପାଇଁ ପ୍ରଶାସନ ସହ ପି.ଦୁର୍ଗା ପ୍ରସାଦ ଦେଶୀ ବେହେରା ରାଜ୍ୟ ବାହାରୁ କୌଣସି ଭକ୍ତଙ୍କୁ ଯାତ୍ରା ଦେଖିବା ନିମନ୍ତେ ନଆସିବା ପାଇଁ ଅନୁରୋଧ କରିଥିଲେ । ଚଳିତ ବର୍ଷ ବ୍ରହ୍ମପୁର ବାସୀଙ୍କ ଭିତରେ ମା ’ ସୀମିତ ରହିଯାଇଥିବା ପରି ମାନେ ହେଉଛି ବୋଲି ଭକ୍ତମାନେ କହିଛନ୍ତି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here