କାହ୍ନା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଶ୍ରୀମତୀ ଅନିତାଙ୍କୁ ସମ୍ବର୍ଦ୍ଧନା

0
19

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):
ନାରୀଶକ୍ତି ଏଣ୍ଡ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ -୨୦୨୦-୨୧ ସୁନ୍ଦରୀ ପ୍ରଯୋଗୀତାରେ ଓଡିଶା ବ୍ରାଣ୍ଡ ଅମ୍ବାସେଡର ପଦକ ହାସଲ କରିଥିବା ବ୍ରହ୍ମପୁର ସୋମନାଥ ନଗର ପ୍ରଥମ ଲାଇନ୍ ର ଶ୍ରୀମତୀ ଅନିତା ପାତ୍ର ସବୁ ମହଲରୁ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଶନିବାରରେ ବ୍ରହ୍ମପୁର ସେବା ସଂଗଠନ କାହ୍ନା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଟାଟା ବେଂଜ଼ ସ୍ଥିତ ହୋଟେଲ ବ୍ରୋକ୍ଲି ଠାରେ ଶ୍ରୀମତି ଅନିତାଙ୍କୁ ପୁଷ୍ପଗୁଚ୍ଛ ସହ ମାନ ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନିତା ବ୍ରହ୍ମପୁର ସେବା ସଂଗଠନ କାହ୍ନା ଚାରିଟେବଲ୍ ଟ୍ରଷ୍ଟ ସଦସ୍ୟ ହୋଇଥିବାରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଟ୍ରଷ୍ଟ ସଦସ୍ୟ ଓ ପରିବାର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅନିତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସୂଚନା ରୁ ପ୍ରକାଶ ଥାଉ କି ସବୁ ବେଳେ ପ୍ରଶଂସା ର ପାତ୍ର ସାଜିଥିବା ସଂଗଠନ ହେଉଛି ବ୍ରହ୍ମପୁର ସେବା ସଂଗଠନ କାହ୍ନା ଚାରିଟେବଲ୍ ଟ୍ରଷ୍ଟ । କାହ୍ନା ଚାରିଟେବଲ୍ ଟ୍ରଷ୍ଟ ଅନିତାଙ୍କୁ ସମ୍ବର୍ଦ୍ଧନା କରିବା ହେତୁ ଶ୍ରୀମତି ପାତ୍ର ଟ୍ରଷ୍ଟ ର ପ୍ରତିଷ୍ଠାତା ସମେତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ପରେ ଅନିତାଙ୍କୁ ଦେଖିବାଲାଗି ପ୍ରଶଂସକଙ୍କ ଭିଡ ଜମିବା ସହ ସେଲ୍ଫି ଉଠେଇବା ଲାଗି ଭିଡ ଜମିଥିଲା । ପ୍ରକାଶ ଥାଉକି ଶ୍ରୀମତୀ ଅନିତା ପାତ୍ର ଏପ୍ରେଲ ୬ ତାରିଖରେ ଦୁବାଇ ଠାରେ ଆୟୋଜିତ ମିସ୍ ଏଣ୍ଡ ଶ୍ରୀମତୀ ମୁମ୍ୱାଇ ଗ୍ଲୋବାଲ ଇଣ୍ଡିଆ ପ୍ରତିଯୋଗିତାରେ ୧୧ଜଣ ଶ୍ରୀମତୀଙ୍କୁ ପଛରେ ପକାଇ ଓଡ଼ିଶାର ବ୍ରାଣ୍ଡ ଅମ୍ବାସେଡର ପଦକ ଜିତି ଗଞ୍ଜାମ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ କାହ୍ନା ଚାରି ଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠୀତା ରଞ୍ଜନା ମିଶ୍ର ଆନ୍ତର୍ଜାତିୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଚୟନ ହୋଇ ଓଡ଼ିଶାର ବ୍ରାଣ୍ଡ ଅମ୍ବାସଡର୍ ମୁକୁଟ ଏବଂ ଟ୍ରାଫିକୁ ଜିତି ଗଞ୍ଜାମ ତଥା ଓଡିଶା ପାଇଁ ଗୌରବ ଆଣିଥିବା କହିଛନ୍ତି । ଅନିତାଙ୍କର ଏହି ସଫଳତା ପାଇଁ ଅନିତା ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ସ୍ୱାମୀ ରାମ ପ୍ରସାଦ ପାତ୍ର ଓ ପାତ୍ର ପରିବାର ସହଯୋଗ ସମେତ ବନ୍ଧୁପରିଜନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଏବଂ ସମସ୍ତଙ୍କ ଭଲ ପାଇବା ଯୋଗୁଁ ଆଜି ସେ ଏଠାରେ ପହଞ୍ଚି ପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଜିର ଏହି ସମ୍ବର୍ଦ୍ଧନା ଅବସରରେ ପାତ୍ରଙ୍କ ଶଶୁର ଏସ୍.ବଙ୍ଗାଳି ପାତ୍ର,ଶାଶୁ ଏସ୍.ପୁଷ୍ପାଞ୍ଜଳି ପାତ୍ର,କଂହା ଚାରି ଟେବୁଲ ଟ୍ରଷ୍ଟ ପ୍ରତିଷ୍ଠୀତା ରଞ୍ଜନା ମିଶ୍ର ,ସୋନମଦାସ,ସସ୍ମିତାସାହୁ,ସୀତା ସୁମନ ପାତ୍ର, କଳ୍ପନା ନାୟକ, ସଂଯୁକ୍ତା ସାହୁ,ଅର୍ଚ୍ଚିତ୍ .ବି. ପାତ୍ର ,ସୁମନ ଜ୍ୟୋତି ମହାପାତ୍ର, ଏସ୍. ସୁନିତା ସରବ, ଏସ୍ ମନୋରଞ୍ଜନ ସରବ, ସି.ଏଚ୍.ପ୍ରୀତି ପ୍ରଧାନ, ଜମ୍ମୁଲା ଅର୍ଣ୍ଣିତ୍ ,ସି.ଏଚ୍.ଏମ୍. ପାତ୍ର, ସି.ଏଚ୍.ପ୍ରୀତମ ପାତ୍ର ସାମ୍ବାଦିକ ଦିନେଶ ପଟ୍ଟନାୟକଙ୍କ ସମେତ ତାଙ୍କର ସମସ୍ତ ଶୁଭେଚ୍ଛୁ ଏବଂ ପ୍ରସଂଶଙ୍କ ମାନଙ୍କ ଏଭଳି ବିଶ୍ୱାସ ଓ ଭଲପାଇବା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଅନେକ ସଫଳତା ହାସଲ କରିବେ ବୋଲି ଶ୍ରୀ ପାତ୍ର ଲକ୍ଷ ରଖିଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here