ବିଜେପି ଆସ୍କା ରୋଡ଼ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ;ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା |

0
12

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ବ୍ରହ୍ମପୁର ବିଜେପି ଆସ୍କା ରୋଡ଼ ମଣ୍ଡଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ଶାନ୍ତି ମାର୍ଗ 4ର୍ଥ ଲେନ ଠାରେ ଏହି କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା |ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି କାଁନ୍ହୁ ଚରଣ ପତି ,ରାମ କୁମାର ପାତ୍ର ,ପ୍ରଭାତ ଷଡ଼ଙ୍ଗୀ ,ନିର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ |ବୈଠକରେ ସ୍ଥାନୀୟ ଅଂଚଳର ବିଭନ୍ନ ସମସ୍ୟା ଯଥା -ଶ୍ରୀରାମ ନଗର ଶାନ୍ତି ମାର୍ଗ ଡ୍ରେନ ସମସ୍ୟା ,ପିଚିପିଚା ନଗର ନାଳ ସମସ୍ୟା ,ଶ୍ରୀରାମ ନଗର ସ୍ମସାନ ର ଉନ୍ନତି ,ଶ୍ରୀରାମ ନଗର ,ହରିଡ଼ାଖଣ୍ଡି ବଡ ବନ୍ଧ ଓ ମାଣ୍ଡିଆ ବନ୍ଦର ସଫେଇ ତୁରନ୍ତ କରିବା ,1 ନମ୍ବର ୱାର୍ଡରେ ଥିବା ଚନ୍ଦନ ପାହାଡ଼ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ,ଯାନିବିଲ୍ଲି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ରମ କରିବା ,ବିଏମସି ର ବର୍ଦ୍ଧିତ ଟିକସ ଦର ପ୍ରତ୍ୟାହାର କରିବା ,ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ,ବିପର୍ଯ୍ୟୟ ଅବସ୍ଥାରେ ଥିବା ସମସ୍ତ ସରକାରୀ ସ୍କୁଲ ଗୁଡିକରେ ଶିକ୍ଷାର ଉନ୍ନତି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ,ପାଣିଗ୍ରାହୀ ପେଣ୍ଠ ସାହି ରେ ଷ୍ଟ୍ରୀଟ ଲାଇଟ ଲଗାଇବା ସହ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଗୁଡିକୁ ତୁରନ୍ତ ହଟାଇବା ନେଇ ଆଲୋଚନା କରାଯିବା ସହ ତୁରନ୍ତ ଏହି ସମସ୍ୟା ର ସମାଧାନ ଲାଗି ଦାବି କରାଯାଇଥିଲା |ଏହି ବୈଠକରେ ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ଗୋପାଳ ,ସୁରେଶ କୁମାର ସାହୁ ,କିରଣ କୁମାର ସାହୁ ,ମନରଞ୍ଜନ ମହାରଣା ,ଚନ୍ଦନ ସାହୁ ,ସନ୍ତୋଷୀ ସାହୁ ,ସାଗର ମୁଖି ,ସୁମନ ମୁଖି ,ବ୍ରହ୍ମାନନ୍ଦ ସାହୁ ,ଚିତ ପାଠୀ ,ପଦ୍ମଚରଣ ନାୟକ ,ଜେ . ମୁରଲୀ ,ପିଣ୍ଟୁ ସାହୁ ,ପ୍ରଫୁଲ୍ଲ ସାହୁ ,ଲକ୍ଷ୍ମୀ ମହାରଣା ,ରାକେଶ ସାବତ ,ଅର୍ଜୁନ ପଣ୍ଡା ,ବି. ଉମା ଶଙ୍କର ,ନରସିଂହ ପାତ୍ର ,ସୁରେନ୍ଦ୍ର ପଣ୍ଡା ,ବାଳକୃଷ୍ଣ ସାମନ୍ତରା ,ଶିବ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ |

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here