ପଥର କ୍ରସରରେ ବିସ୍ଫୋରଣ,ଦୁଇ ମୃତ, ତିନି ଗୁରୁତର ,ମୁରବି ମାନଙ୍କ ମୃତ୍ୟୁ ଯୋଗୁଁ ଅସହାୟ ପରିବାର ଲୋକେ ।

0
11

ବ୍ରହ୍ମପୁର,୧୯/୦୪/୨୧/(ମହାରାଣୀ ନ୍ୟୁଜ୍):
ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଅଧିନସ୍ଥ ରଘୁନାଥପୁର ଗାଁ ନିକଟରେ ଏ.ବି ନାମକ ଏକ କ୍ରସରେ ଆଜି ବିସ୍ଫୋରଣ ଘଟି ଦୁଇ ଜଣଙ୍କର ପ୍ରାଣ ହାନୀ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଆଜି ଦିନ ପ୍ରାୟ ୧୧ ବେଳେ କ୍ରସର ପରିସରରେ ଥିବା ଏକ ଘରେ ହଠାତ୍ ବ୍ଲାଷ୍ଟ ହୋଇଥିବା ବେଳେ ଘର ନିକଟରେ ୫ ଜଣ ବ୍ୟକ୍ତି ଥିବା ବେଳେ ସମସ୍ତେ ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ କୁକୁଡ଼ାଖଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଏ. ସନ୍ତୋଷ କୁମାର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଚାରି ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସୁରେଶ ପାତ୍ର ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଅନ୍ୟ ତିନିଜଣଙ୍କ ଚିକିତ୍ସା ଜାରୀ ରହିଥିବା ବେଳେ ଏମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ପଥର ଫୁଟାଇବା ଲାଗି ବ୍ୟହହୃତ ବିସ୍କୋରକ ଆଜି ଏହି କ୍ରସରକୁ ଆସିଥିବା ବେଳେ ଏହି ଶ୍ରମିକ ମାନେ ଏହାକୁ ଘର ଭିତରେ ରଖୁଥିବା ବେଳେ ବିସ୍ପୋରଣ ହୋଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ ଆଦଲା ଚେନ୍ନେୟା । ତେବେ ଏତେ ପରିମାଣର ବିସ୍କୋରକ କିଭଳି ଭାବେ ମହଜୁଦ୍ ଥିଲା ଓ କେଉଁ ପରିସ୍ଥିତିରେ ବିସ୍ପୋରଣ ହେଲା ସେ ନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here