ମା କର୍ଫ୍ୟୁ କଟକଣାରେ ଯାତ୍ରା ସାରି ଫେରିଲେ ଶାଶୁ ଘର

0
9

ବ୍ରହ୍ମପୁର, ୨୦/୪/୨୧/ (ମହାରାଣୀନ୍ୟୁଜ୍): ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ସୋମବାର ରାତ୍ର ୧୨ ଟା ପରେ ନିଜ ବାପାଙ୍କ ଘରୁ ଯାତ୍ରା ସାରି ମଙ୍ଗଳବାର ବିଳମ୍ୱିତ ରାତି ସାଢେ଼ ଗୋଟାଏ ପରେ ନିଜ ଶାଶୁ ଘରେ ପହଞ୍ଚିଛନ୍ତି । ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ସାତ ଦୀନ ପ୍ରଥମେ ଯାତ୍ରା ଅନୁମତି ମିଳିଥିଲା । ପରେ ଏହାକୁ ଦୁଇ ଦିନ ପଡାଯାଇଥିଲା । ଯାତ୍ରାରେ ଦୁଇ ପୂଜକ କରୋନା ର ଶିକାର ହୋଇଥିଲେ । ତେଣୁ ମାଙ୍କ ଦର୍ଶନ ସଂପୂର୍ଣ୍ଣ ବନ୍ଦ୍ ରହିଥିଲା ।ନୀତି ନିୟମ ଅନୁଯାୟୀ ମଙ୍ଗଳବାର ମା ନିଜ ମନ୍ଦିର ଯିବା କଥା ତେଣୁ ସୋମବାର ରାତ୍ର ବାହାରି ମା ମଙ୍ଗଳବାର ନିଜ ମନ୍ଦିରରେ ବିଜେ କରିଛନ୍ତି । କର୍ଫ୍ୟୁ ଓ କଟକଣା ଯୋଗୁଁ ମାଙ୍କ ଶାଶୁଘର ଫେରିବା ବେଳେ ଭକ୍ତ ଶୂନ୍ୟ ଲାଗି ରହିଥିଲା । ତଥାପି କିଛି ଭକ୍ତ ମାନସିକ କରିଥିବା ଯୋଗୁଁ ଘଟ ବିସର୍ଜନ କରିଥିଲେ । କଡ଼ା ପୋଲିସ ବ୍ୟବସ୍ଥାରେ ମାଙ୍କ ଯାତ୍ରା ସମାପନ ହୋଇଥିଲା । କରୋନା ଯୋଗୁଁ ଚଳିତ ବର୍ଷ ମାଙ୍କ ଯାତ୍ରା ସଂପୂର୍ଣ ଫିକା ପଡ଼ିଯାଇଥିଲା । ନା କୌଣସି ମାନସିକ ଧାରି ବେଶ ଦେଖିବାକୁ ମିଳିଥିଲା ନା ବାଘ, ଲଣ୍ଡା କି ବୁଦ୍ଧ ବେଶ । ସେହି ପରି ମାଙ୍କ ପାଦ ପୂଜା ଓ ଦର୍ଶନରୁ ବି ଭକ୍ତ ବଞ୍ଚିତ ରହିଥିଲେ । ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା ଓ ତାଙ୍କ ଧର୍ମ ପତ୍ନୀ ପି.ଦେବକୀ ଓ ଅନ୍ୟ ପରିବାର ସଦ୍ୟସ୍ୟ ମାଙ୍କୁ ଶୋଭା ଯାତ୍ରାରେ ନୀତି ନିୟମ ଅନୁସାରେ ନେଇ ଛାଡିଥିଲେ ଶାଶୁଙ୍କ ଘରେ ବା ମାଙ୍କ ନିଜ ମନ୍ଦୀରରେ । ଭୋର ସମୟରେ ମା ପହଞ୍ଚିବା ପରେ ଯାତ୍ରା ଶେଷ ହୋଇଥିଲା । ଜିଲ୍ଳା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଦର୍ଶନ ମନ୍ଦୀରରେ ମଧ୍ୟ ୨୧ ତାରିଖ ଯାଏ ବନ୍ଦ୍ ରହିବ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here