ଏରଗୁଲା ସମ୍ପ୍ରଦାୟର ୮ ଗିରଫ …

0
6

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଗତ କିଛି ମାସ ମଧ୍ୟରେ ସଦରଥାନା ଅଂଚଳରେ ଏକାଧିକ ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି |ଏହି ଥାନା ଅଧୀନରେ ଇତିମଧ୍ୟରେ 25ରୁ ଉର୍ଦ୍ଧ ଚୋରି ହେଉଥିବା ବେଳେ ପୋଲିସ ୬ଟି ମାମଲାର ପର୍ଦ୍ଧାଫାଶ କରି ୮ଜଣଙ୍କୁ ଗିରଫ କରିଛି |ପୋଲିସ ସହର ଉପକଣ୍ଠ ଟାଙ୍ଗଣାପଲ୍ଲୀ ଅଞ୍ଚଳରୁ ଏରଗୁଲା ସମ୍ପ୍ରଦାୟର ୬ ଯୁବକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରିଛି |ଗିରଫ ୮ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି |ଗିରଫ ଏରଗୁଲା ଯୁବକଙ୍କ ଠାରୁ ପୋଲିସ 100ଗ୍ରାମ ସୁନା ଅଳଙ୍କାର ,ରୁପା ପାଉଁଜି ଏବଂ କିଛି ସୁନା କଏନ ଜବତ କରିଛି |ଏହା ସହ ସେମାନଙ୍କ ନିକଟରୁ ଏକ ଲକ୍ଷ 41ହଜାର ଟଙ୍କା ମଧ୍ୟ ଜବତ ହୋଇଛି |ଗିରଫ ଏରଗୁଲା ଯୁବକମାନେ ହେଲେ କେ. ମିଥୁନ ,କେ. ସୁଦାମ ,କେ. ଟୁଙ୍ଗୁରୁ ,କେ.ସାନ ,କେ. ତୋଫାନ ଏବଂ କେ.କାହ୍ନଆ |ଗତ କିଛିଦିନ ହେଲା ସଦରଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୋଟିଏ ଦିନ ବ୍ୟବଧାନରେ ଗୋଟିଏ ଲେଖାଏଁ ଚୋରି ହେଉଥିଲା |ମାତ୍ର ଦେଢ଼ରୁ ଦୁଇ ମାସରେ 25ରୁ ଉର୍ଦ୍ଧ ଚୋରି ଘଟଣା ଜନସାଧାରଣ ତଥା ପୋଲିସ କୁ ଚିନ୍ତାରେ ପକାଇଥିଲା |ଅଞ୍ଚଳବାସୀ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ତୁରନ୍ତ ଚୋର ଙ୍କୁ ଧରିବା ପାଇଁ ଗୁହାରି କରିଥିଲେ |ଏଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା |ଟିମରେ ଇନ୍ସପେକଟର ମହେନ୍ଦ୍ର ସାହୁ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ |ସମସ୍ତ ଚୋରି ସମାନ ଢଙ୍ଗରେ ହୋଇଥିବାରୁ ଏହା ଏରଗୁଲା ସମ୍ପ୍ରଦାୟର ଲୋକଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଥିଲା |ସେମାନଙ୍କ ଉପରେ ନଜର ରଖି ପୋଲିସ ସଫଳତା ପାଇଛି |ଗିରଫ ଅଭିଯୁକ୍ତ ମାନେ ମାର୍ଚ୍ଚ 13ରେ ନିମଖଣ୍ଡି ନିକଟ ରଘୁନାଥ ମଠସାହି ,16ରେ ପାଣ୍ଡୀଆଝୋଳ ,18ରେ ବେନଦାଳିଆ ,ଏପ୍ରିଲ 10ରେ ଜଗନ୍ନାଥପୁର ,18ରେ କୁକୁଡାଖଣ୍ଡି ଅଞ୍ଚଳରୁ ହୋଇଥିବା ଚୋରି ମାମଲାରେ ସାମିଲ ଥିବା ସ୍ୱୀକାର କରିଛନ୍ତି |ସେହିପରି 2020 ନଭେମ୍ବର 21 ଗୋଳନ୍ଥରା ଶାସନପଦର ଏବଂ 2021 ଜାନୁୟାରୀ ଆମ୍ଭପୁଆ କାଳୀମନ୍ଦିର ଚୋରି ଘଟଣାରେ ମଧ୍ୟ ସାମିଲ ଥିବା ସ୍ୱୀକାର କରିଛନ୍ତି |ଅନ୍ୟ ଘଟଣା ଗୁଡିକରେ କିଛି ସ୍ଥାନୀୟ ଚୋରଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ କହିଛି |ସେଗୁଡିକ ମଧ୍ୟ ଖୋଳତାଡ଼ ଜାରି ରହିଥିବା ଏସଡ଼ିପିଓ ମହାପାତ୍ର ସୂଚନା ଦେଇଛନ୍ତି |ତେବେ ଭିଜିଲାନ୍ସ ଏସପି ଏବଂ ଆଇନଜୀବୀ ଙ୍କ ସମେତ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା ର ଅଭିଯୁକ୍ତ ଧରାପଡ଼ି ନଥିବା ଜଣାପଡିଛି |

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here