ଏମ ବି ଏ ବିଭାଗର ଅବସର ପ୍ରାପ୍ତ ପ୍ରଫେସରଙ୍କ ଦେହାନ୍ତ 

0
1

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): କୋଭିଡରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଅବସର ପ୍ରାପ୍ତ ୬୪ ବର୍ଷୀୟ ଏମବିଏ  ବିଭାଗର ପ୍ରଫେସର ପ୍ରଶାନ୍ତ କୁମାର ପାଢ଼ୀ । ସେ ଆଜି ମଧ୍ୟାହ୍ନରେ ପାଟନା ଠାରେ ଏକ ଘୋରେ଼ଇ ମେଡିକାଲରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଯେ ସ୍ବର୍ଗତ ପାଢ଼ୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୧୯୮୭ ମସିହାରେ ଏମ୍ ବି ଏ ବିଭାଗରେ ଅଧ୍ୟାପକ ଭାବ ନିଯୁକ୍ତି ପାଇଥିଲେ। ସେ ୨୦୧୭ରେ ଅବସର ଗ୍ରହଣ କରିଥିଲେ। ଇତି ମଧ୍ୟରେ ସେ ୪ ଥର ବିଭାଗୀୟ ମୁଖ୍ୟ, ସିଣ୍ଡିକେଟ ସଭ୍ୟ, ପିଜି କାଉନସିଲ ଅଧ୍ୟକ୍ଷ, ହଷ୍ଟେଲ ୱାର୍ଡନ, ଗ୍ରନ୍ଥାଗାର ର ଅଫିସର ଇନ୍ ଚାର୍ଜ ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୧୭ ରେ ଅବସରପରେ ପାଟନା ସ୍ଥିତ ବ୍ୟବସାୟ ମେନେଜମେଣ୍ଟ ପରିଚାଳନା ଶିକ୍ଷା ଅନୁଷ୍ଠାନ (ଆଇ ଆଇ ଏସ ଏମ) ର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ପ୍ରାୟ ୪ ଦିନ ହେଲା କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ଶଯ୍ୟା ପାଖରେ ଧର୍ମପତ୍ନୀ ଓ ଝିଅ ଉପସ୍ଥିତ ଥିଲେ। ସ୍ଵର୍ଗତ ପାଢିଙ୍କ ପରିବାର ରେ ତାଙ୍କ ଧର୍ମ ପତ୍ନୀ, ଏବଂ ଦୁଇଟି ଝିଅ ରହୁଛନ୍ତି । ଗୋଟିଏ ଝିଅ ବ୍ରହ୍ମପୁର ରେ ରହୁଥିବା ବେଳେ ଅନ୍ୟ ଜଣେ ଝିଅ ବିଦେଶରେ ରହୁଥିବା ଜଣାପଡ଼ିଛି।
ସେ ଜଣେ ମିଳପି,ଧର୍ମପରାୟଣ, ଛାତ୍ର ବତ୍ସଳ,ପରୋପକାରୀ ,କର୍ମଠ ଓ ଅଞ୍ଚଳ ର ଲୋକପ୍ରିୟତା ଭାବେ ପରିଚିତ ଥିଲେ। ମୃତ୍ୟୁ ଖବର ପାଇବା ପରେ ଜଣା ଶୁଣା ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

 
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here